ଭାରତ

କାନ୍ଥ ନେଇଗଲା ୪ ଜଣଙ୍କର ଜୀବନ

ବ୍ୟୁରୋ : କାନ୍ଥ ନେଇଗଲା ୪ ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡାରେ । ନୋଏଡା ସେକ୍ଟର ୨୧ ରେ ଏକ ପାଚେରୀ କାନ୍ଥ ଭୁଷୁଡି ଯିବା ଫଳରେ ଚାଲିଗଲା ୪ ଜଣଙ୍କର ଜୀବନ । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି ।ଏହି ଘଟଣା ଘଟିବା ସମୟରେ ୧୨ ଜଣ ଶ୍ରମିକ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି ।

ସୂଚନାନୁସାରେ ,  ବାଉଣ୍ଡ୍ରି ୱାଲଟି ବହୁତ ପୁରୁଣା ଥିଲା । ଶ୍ରମିକମାନେ ନାଳୀର ପୁନଃନିର୍ମାଣ କାର୍ଯ୍ୟ କରୁଥିଲେ କାନ୍ଥ ସେମାନଙ୍କ ଉପରେ ଗଡିପଡିଥିଲା। ନୋଏଡା ଅଥରିଟି ଏହି କାମ ଶ୍ରମିକମାନଙ୍କୁ ଠିକାରେ ଦେଇଥିଲେ ବୋଲି ଡ଼ିଏମ ସୁହାସ ଏଲବାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଘଟଣାର ଯାଞ୍ଚ କରାଯିବ ଏବଂ ଘଟଣା ସ୍ଥଳରେ ଆଉ କେହି ଚାପି ହୋଇ ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ନୋଏଡା ଅଥରିଟିର ସିଇଓ। ତେବେ ଦୁର୍ଘଟଣାର ପ୍ରକୃତ କାରଣର ଯାଞ୍ଚ କରାଯିବ ବୋଲି ନୋଏଡା ଅଥରିଟିର ସିଇଓ ରୀତୁ ମାହେଶ୍ୱରୀ କହିଛନ୍ତି।

Related posts

ଏବେ ବି ଟନେଲ ଭିତରେ ୪୦ ଶ୍ରମିକ, ଆମେରିକାରୁ ଆସିଲା ଡ୍ରିଲ୍ ମେସିନ୍

mahabharatanews

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ !

mahabharatanews

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews