ଓଡିଶାଦୁର୍ଘଟଣା

ଚଳନ୍ତା ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର

କେନ୍ଦୁଝର / ପରେଶ କୁମାର ସେଠି: ଖୋର୍ଦ୍ଧା କେନ୍ଦୁଝର ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ଯାତ୍ରୀବାହୀ ଟ୍ରେନଟି କେନ୍ଦୁଝର ଅଭିମୁଖେ ଫେରୁଥିବା ସମୟରେ କୌଣସି କାରଣରୁ ମଞ୍ଚେସ୍ବର ଷ୍ଟେସନ ନିକଟରେ ଯୁବକ ଜଣଙ୍କ ଚଳନ୍ତା ଟ୍ରେନରୁ ଅଚାନକ ଖସିପଡିଥିଲେ । ଘଟଣାକୁ ନେଇ ଟ୍ରେନଟି ଘଟଣାସ୍ଥଳରେ କିଛି ସମୟ ଅଟକି ରହିଥିବା ବେଳେ ଯୁବକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କ ପରିଚୟ ମିଳିନଥିବା ବେଳେ କେଉଁ କାରଣରୁ ଅଚାନକ ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

Related posts

 ବାବା ଲୋକନାଥ ପୀଠରେ ୨୯୪୦୦ କାଉଡ଼ିଆଙ୍କ ଜଳଲାଗି

mahabharatanews

ମୋହନାରେ ବାଘ ବୁଲୁଥିବା ସନ୍ଦେହ

mahabharatanews

ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

mahabharatanews