(ଶିମିଳିପାଳ) : ସାମ୍ନାକୁ ଆସିଲା ଓଡ଼ିଶାର ବାଘ ସଂଖ୍ୟା । ଏବେ ରାଜ୍ୟରେ ୩୦ଟି ମହାବଳ ରହିଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି।ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍ ବୟସର ୮ଟି ଶାବକ ରହିଛନ୍ତି। ତେବେ ୨୭ଟି ବାଘକୁ କ୍ୟାମେରା ଟ୍ରାପ୍ରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି।
ସୂଚନାନୁଯାୟୀ , ତେବେ ସବୁଠାରୁ ଏକ ଖୁସି ଖବର ହେଉଛି ଯେ ୧୩ଟି ମେଲାନିଷ୍ଟିକ ବା କଳାବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଶିମିଳିପାଳରେ ଦେଖାଯାଇଥିବା ଏହି ୧୩ଟି କଳାବାଘ ମଧ୍ୟରେ ୭ଟି ମାଈ ଓ ୬ଟି ଅଣ୍ଡିରା ରହିଥିବା ସୂଚନା ଦିଆଯାଇଛି। ରାଜ୍ୟରେ ୮ଟି ବାଘଛୁଆ ସମେତ ମୋଟ ୩୦ଟି ବାଘ ରହିଛନ୍ତି। ୨୦୨୨ରେ ଏହା ୨୦ ଥିଲା, ଯାହା ଏବେ ବୃଦ୍ଧି ପାଇ ୩୦ରେ ପହଂଚିଛି । ୨୦୨୩ ଅକ୍ଟୋବର ୧୫ରୁ ଫେବୃଆରୀ ୧୦ ମଧ୍ୟରେ ରାଜ୍ୟର ୪୭ଟି ବନଖଣ୍ଡରେ ଏହି ଗଣନା କରାଯାଇଥିଲା।
