(ଦିଲ୍ଲୀ) : ଆଜି ବିଶ୍ୱ ଖାଦ୍ୟ ଭାରତ ୨୦୨୩ର ଦ୍ୱିତୀୟ ପର୍ଯ୍ୟାୟ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଅବସ୍ଥିତ ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୦ ଟାରେ ଭାରତ ମଣ୍ଡପମରେ ଆରମ୍ଭ ହୋଇଯାଇଛି ।
ସୂଚନାନୁଯାୟୀ , ସେଲ୍ଫ ହେଲ୍ପ ଗୋଷ୍ଠୀକୁ ମଜବୁତ କରିବା ଉଦ୍ଦେଶ୍ୟରେ ପିଏମ ମୋଦି ଏକ ଲକ୍ଷରୁ ଅଧିକ SHG ସଦସ୍ୟଙ୍କୁ ପ୍ରାରମ୍ଭିକ ପୁଞ୍ଜି ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, World Food India ୨୦୨୩ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଏକ ଫୁଡ୍ ଷ୍ଟ୍ରିଟ୍ର ଉଦଘାଟନ ହୋଇଯାଇଛି । ଏଥିରେ ଆଞ୍ଚଳିକ ରୋଷେଇ ପରିବେଷଣ , ରାଜକୀୟ ଐତିହ୍ୟ ଖାଦ୍ୟର ଝଲକ ମଧ୍ୟ ଦେଖିବା ପାଇଁ ମିଳିବ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ରୋଷେୟା ଅଂଶଗ୍ରହଣ କରିବେ ଏବଂ ପାରମ୍ପାରିକ ଭାରତୀୟ ଖାଦ୍ୟ ଏକ ଭିନ୍ନ ଶୈଳୀରେ ପରିବେଷଣ କରାଯିବ ।