ମନୋରଞ୍ଜନ

ଶ୍ରେଷ୍ଠ ଶିଶୁ କଳାକାରରେ ସମ୍ମାନିତ ଆଦିବାସୀ ଝିଅ

ନୀଳଗିରି: ଆଦିବାସୀ ଝିଅଟିଏ ସସ୍ମିତା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ । ଶ୍ରେଷ୍ଠ ଶିଶୁ କଳାକାରରେ ସମ୍ମାନିତ ହୋଇଛନ୍ତି ଏହି ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ବାହାବନ୍ଧ ଗ୍ରାମର ଆଦିବାସୀ ଝିଅଟି । ନୀଳଗିରି ବ୍ଲକ ଅଧୀନ ସିଆଡ଼ିମାଳ ପଞ୍ଚାୟତ ବାହାବନ୍ଧ ଗ୍ରାମରେ ସସ୍ମିତାଙ୍କ ଜନ୍ମ। ଗାଁରେ ସେ ସମସ୍ତ ପ୍ରିୟ ସିଲି। ସିଲିଙ୍କୁ ତାଙ୍କି ମାଟିରେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଭୁବନେଶ୍ୱର ଜେବିଏସ ଓ ଓରିଫାର୍ମିଂ ପକ୍ଷରୁ ଆୟୋଜିତ କୋଭିଡ୍-୧୯ ଅନ୍ତର୍ଜାତୀୟ ଆଦିବାସୀ ଫିଲ୍ମ ଫେଷ୍ଟିଭାଲ-୨୦୨୧ରେ ସିଲି ଶ୍ରେଷ୍ଠ ଶିଶୁକଳାକାର ଭାବେ ମନୋନୀତ ହୋଇଛନ୍ତି ।
ଗତ ଶନିବାର ଦିନ ସକାଳେ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ସତ୍ୟବ୍ରତ ଜେନା ବାହାବନ୍ଧରେ ପହଞ୍ଚି ଶ୍ରେଷ୍ଠ ଫିଲ୍ମ ‘କରୋନା କାଳରେ ଜଣେ କୁନି ଖପରା ଶିଳ୍ପୀ’ର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଶିଳ୍ପୀ କେଶୁ ଦାସ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ସସ୍ମିତା ବେହେରା ଏବଂ ଶ୍ରେଷ୍ଠ ଆଲୋଚକ ଭାବେ ବିଜୟ ଆଚାର୍ୟ୍ୟଙ୍କୁ ପ୍ରମାଣ ପତ୍ର, ଟ୍ରଫି, ଫୁଲ ତୋଡ଼ା ଦେଇ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଭାବେ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ସିଲିକୁ ଉତ୍ସାହିତ କରିବା ସହିତ ନିଜ ଝିଅ ଭାବେ ଗ୍ରହଣ କରିଥିଲେ।
ଏହା ସହ ଆରବିଆଇର ପୂର୍ବତନ ବରିଷ୍ଠ ସାଧାରଣ ପ୍ରବନ୍ଧକ ଗଙ୍ଗ ନାରାୟଣ ରଥଙ୍କ ଦ୍ୱାରା ଦିଆଯାଇଥିବା ସ୍ମାର୍ଟ ଫୋନକୁ ଓଡ଼ିଆ ଗାଳ୍ପିକ ଉଦୟ ନାରାୟଣ ଦାସ ପ୍ରଦାନ କରିଥିଲେ। ସେହିପରି କୋଶମ୍ୱ ମେଳା କମିଟିର ଅଧ୍ୟକ୍ଷ ଏଥିରେ ଯୋଗଦେଇ ସିଲିକୁ ୫୦୦୦ ଟଙ୍କା ପୁରସ୍କୃତ କରିଥିଲେ।

 

Related posts

‘The Keral Story’ ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି : ସୁପ୍ରିମକୋର୍ଟ

mahabharatanews

  ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

mahabharatanews

OTT’ପ୍ଲାଟଫର୍ମରେ ଧମାଲ କରୁଛି ଫିଲ୍ମ ‘ଫାଇଟର୍’

mahabharatanews