ଓଡିଶା

ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ବାଇକକୁ ଧକ୍କା ଦେଲା ଟ୍ରକ, ମହିଳା ମୃତ

ଅନୁଗୋଳ/ ସୁଧାକର ସାହୁ: ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ସକାଳ ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ କରିଥିଲେ। ଦୋକାନକୁ ବାଇକ୍ ଯୋଗେ ଆସିବା ବେଳେ ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ଦୁହିଁଙ୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ସେ ରାସ୍ତାରେ ଖସି ପଡ଼ି ଥିଲେ। ମହିଳାଙ୍କ ଉପରେ ଟ୍ରକ୍ ଚଢାଇ ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ଘଟଣା ସ୍ଥଳରେ ଉତେଜନାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର୍ ପାଇଁ ଟାଉନ୍ ଥାନା ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ଶୁଝା କରୁଥିବା ଦେଖିବାକୁ ମିଳିଥିଲା।

Related posts

 ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ

mahabharatanews

ରାଜ୍ୟରେ ବିଜୁଳି ,ଘଡଘଡି ସହ ବର୍ଷା ସମ୍ଭାବନା 

mahabharatanews

କାଣ୍ଡସରରେ ୨୯ତମ ବାର୍ଷିକୀ ଶ୍ରୀମଦ୍ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ

mahabharatanews