ରାଜନୀତି

ରାହୁଲଙ୍କ ଟ୍ୱିଟକୁ ହଟାଇଦେଲା ଟ୍ୱିଟର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ହଟାଇଦେଲା ଟ୍ୱିଟର । ରାହୁଲ ତାଙ୍କ ଟ୍ୱିଟରେ ଜଣେ ଦୁଷ୍କର୍ମ ପୀଡିତାର ପରିବାର ଫଟୋ ପୋଷ୍ଟ କରିଥିଲେ । ଜଣେ ପୀହିତାର ବା ତାର ପରିବାରର ଫଟୋ ସାର୍ବଜନୀନ କରିବା ଆଇନତଃ ଅପରାଧ । ତେଣୁ ଏହା ବିରୋଧରେ ବିଜେପି ଆପତ୍ତି ଉଠାଇଥିଲା । ପରେ ଟ୍ୱିଟର ରାହୁଲଙ୍କ ସେହି ଟ୍ୱିଟକୁ ହଟାଇ ଦେଇଛି ।
ଗତ ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ତାର ଶବକୁ ତରବରିଆ ଭାବେ ଶାକ୍ତିପ୍ରୟୋଗ କରି ପୋଡି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଅଗଷ୍ଟ ୪ ତାରିଖରେ ରାହୁଲ ପୀଡିତାର ପରିବାରକୁ ଭେଟିଥିଲେ । ପୀଡିତାର ପରିବାର ଲୋକେ ସେମାନଙ୍କ ଝିଅକୁ ନ୍ୟାୟ ଦେବାକୁ ଦାବି କରିବା କହିବା ସହ ପରିବାର ସହ ଉଠାଇଥିବା ଫଟୋକୁ ଟ୍ୱିଟରରେ ସେୟାର କରିଥିଲେ । ବିଜେପି ଏହାକୁ ନେଇ ଆପତ୍ତି ଉଠାଇଥିଲା। ପରେ ଜାତୀୟ ଶିଶୁ ଅଧିକାର ଆୟୋଗ ଟ୍ୱିଟର ପାଖରେ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ ପୋଷ୍ଟ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା। ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ଜୁଭେନାଇଲ ଜଷ୍ଟିସ ଆକ୍ଟ, ୨୦୧୫ ଏବଂ ଶିଶୁ ଯୌନ ଅପରାଧ ଅଧିନିୟମ (ଚଙଉଝଙ)ର ଧାରା ୨୩କୁ ଉଲ୍ଲଂଘନ କରୁଛି ବୋଲି ଶିଶୁ ଅଧିକାର ଆୟୋଗ କହିଥିଲା।

 

Related posts

ନାରଭାଣେଙ୍କ ପୁସ୍ତକ ଧରି ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କହିଲେ- ଯଦି ପ୍ରଧାନମନ୍ତ୍ରୀ ମୋଦି ଆସନ୍ତି, ମୁଁ ତାଙ୍କୁ ଏହା ଉପହାର ଦେବି।

mahabharatanews

ସରିଲା ବୈଠକ, ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

mahabharatanews

ବିହାରରେ ମହାମେଣ୍ଟକୁ ଧୋକା ଦେଇଛି କଂଗ୍ରେସ

mahabharatanews