ଭାରତମନୋରଞ୍ଜନ

ପୁରୁଣା ଫୋଟୋ ପୋଷ୍ଟ କରି ଟ୍ରୋଲ ହେଲେ ନାୟିକା ଟ୍ୱିଙ୍କଲ ଖନ୍ନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପାନ ମସଲାର ବିଜ୍ଞାପନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏମିତିକି ଶେଷରେ ସେ କ୍ଷମା ବି ମାଗିଥିଲେ । ଏକଥା ମନରୁ ପାସୋରି ନ ହେଉଛି ଏବେ ଟ୍ରୋଲ ହୋଇଛନ୍ତି ତାଙ୍କ ପତ୍ନୀ ତଥା ବଲିଉଡର ପୁରୁଣା ଦିନର ନାୟିକା ଟ୍ୱିଙ୍କଲ ଖନ୍ନା ।  ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରି ଉଭୟ ଦର୍ଶକଙ୍କ ହୃଦୟରେ ରହିବାକୁ ଚାହାନ୍ତି । ହେଲେ ବେଳେ ବେଳେ ଏମାନେ ଟ୍ରୋଲର ବି ଶିକାର ହୋଇଥାଆନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି ।

ପ୍ରଥମେ ୨୦୧୭ରେ ସେ ଏଥିପାଇଁ ଟ୍ରୋଲର ଶିକାର ହୋଇଥିଲେ ବି ଏବେ ପୁଣିଥରେ ଏହାକୁ ଶେୟାର କରିଛନ୍ତି । ୨୦୧୭ରେ ସେ ଏହି ଫଟୋଶୁଟ କ୍ୟାଲେଣ୍ଡର ପାଇଁ କରିଥିବା ଜଣାପଡିଛି । ଫଟୋଟିରେ ଟ୍ୱିଙ୍କଲ ଏକ ବହି ଗଦା ଉପରେ ବସିଛନ୍ତି । ଏମିତିକି କିଛି ବହି ଉପରେ ସେ ତାଙ୍କ ପାଦ ରଖିଛନ୍ତି । ଏହାକୁ ଦେଖିବା ପରେ ମେଜର ସୁରେନ୍ଦ୍ର ପୁନିଆ ଏହି ଟୁଇଟକୁ ନିଜ ଟୁଇଟରରେ ଶେୟାର କରି ଲେଖିଛନ୍ତି, ପିଲାମାନେ ପଚାରୁଛନ୍ତି ଏ ଦେବୀ ସରସ୍ୱତୀ ମାଆଙ୍କ ଉପରେ କାହିିଁକି ବସିଛନ୍ତି । ଏହାର ଉତ୍ତରରେ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି । କେହି ଜଣେ ୟୁଜର୍ସ ଲେଖିଛନ୍ତି ମସ୍ତିସ୍କ ତଳକୁ ଚାଲିଯାଇଛି । ଆଉ ଜଣେ ଲେଖିଛନ୍ତି, ସେ ଦେବୀ ନୁହେଁ ରାକ୍ଷସୀ । ଅନ୍ୟ ଜଣେ ଲେଖିଛନ୍ତି ତାଙ୍କ ସ୍ୱାମୀ ମୋଦିଙ୍କ ଭକ୍ତ ଆଉ ଏ ହେଉଛନ୍ତି ତାଙ୍କ ପତ୍ନୀ ।

Related posts

ଅଚାନକ ରାମେଶ୍ୱର କାଫେରେ ବିସ୍ଫୋରଣ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ଆକ୍ରାନ୍ତ ଚିହ୍ନଟ ଓ ୬୦ ଜଣ ମୃତ

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews