ଓଡିଶା

୮ରେ ବାତ୍ୟା : ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ଵର) :  ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ୪୮ ଘଣ୍ଟା ଅର୍ଥାତ ଶନିବା‌ର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ଆଡ଼କୁ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

 ଏହାପରେ ଅବପାତଟି ଘନୀଭୂତ ହୋଇ ୮ରେ ବାତ୍ୟାର ରୂପ ନେବ । ତେବେ ବାତ୍ୟା‌ର ଗତି ପଥ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର ଓ ନବରଙ୍ଗପୁର ଆଦି ଜିଲ୍ଲାର କିଛି ସ୍ଥାନ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ହେତୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

 

Related posts

ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ୪ ଜଣ ଉଦ୍ଧାର ୧ ନିଖୋଜ

mahabharatanews

ରାଇରଙ୍ଗପୁରରେ ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା ତରଫରୁ ତ୍ରିଦିବସୀୟ ମହାଯଜ୍ଞ

mahabharatanews

୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews