ଭାରତ

ହଠାତ ଅବତରଣ କଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର

(କୋଲକତା) :  ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟର। ବର୍ଷା ହେତୁ ଦୃଶ୍ୟମାନତା ହଠାତ୍ ବହୁତ କମ୍ ହୋଇଯାଇଥିଲା ଏହି କାରଣରୁ ହେଲିକପ୍ଟରକୁ ଉତ୍ତର ପଶ୍ଚିମବଙ୍ଗର ସାଲୁଗଡ଼ାର ସେନା ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

ସୂଚନାନୁଯାୟୀ, ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ପ‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ରାସ୍ତା ଦେଇ କୋଲକାତା ଆସୁଛନ୍ତି।

Related posts

ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

mahabharatanews

ଫିଲ୍ମ ‘ଆଦିପୁରୁଷ’ ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ

mahabharatanews

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

mahabharatanews