ଭାରତ

ଚନ୍ଦ୍ର ବାବୁ ନାଇଡୁଙ୍କୁ ନିର୍ବାଚନ ଆୟୋଗର ନୋଟିସ

(ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ ଜାରି କରାଯାଇଛି । ମାର୍ଚ୍ଚ ୩୧ରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷସ ଏବଂ ପଶୁ ବୋଲି କହିଥିବାରୁ ଟିଡିପି ମୁଖ୍ୟଙ୍କୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାନୁଯାୟୀ , ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନର। ଏହାକୁ ବିରୋଧ କରି ଯୁବଜନ ଶ୍ରମିକା ରାୟଥୁ କଂଗ୍ରେସ ପାର୍ଟି(YSRCP)ର ରାଜ୍ୟ ମହାସଚିବ ଲେଲା ଅପ୍ପି ରେଡ୍ଡୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ନୋଟିସ ଜାରି କରି ଏହି ମାମଲାରେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି। ତାଇୱାନ ଭୂକମ୍ପରେ ନିଖୋଜ ଭାରତୀୟ ସୁରକ୍ଷିତ ଉଦ୍ଧାର , ବୈଦେଶିକ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୋକସଭା ନିର୍ବାଚନ ୨୦୨୪ ଆସନ ।

Related posts

ଧାୱନଙ୍କ ଆହତ ନେଇ ଚିନ୍ତାରେ ପଞ୍ଜାବ

mahabharatanews

୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews