ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)କୁ ଯୋଗାଉଥିବା ଫଣ୍ଡକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଛନ୍ତି । ଏହା ପରେ ଜାତିସଂଘର ମହାସଚିବ ରଖିଛନ୍ତି ତାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଅର୍ଥ ଯୋଗାଣ ବନ୍ଦ କରିବା ଉଚିତ ନୁହେଁ । କେବଳ ଡବ୍ଲୁଏଚଓ ନୁହେଁ, କୋଭିଡ-୧୯ର ମୁକାବିଲା କରୁଥିବା ମାନବିକ ସଂଗଠନର ଅର୍ଥ ମଧ୍ୟ କାଟିଦେଇଛନ୍ତି, ଯାହା ଉଚିତ ନୁହେଁ ବୋଲି ଗୁଟାଗସ କହିଛନ୍ତି । ବତ୍ତର୍ମାନ କରୋନା ଆତଙ୍କ ମଧ୍ୟରେ ସାରା ବିଶ୍ୱକୁ ଏକତ୍ରିତ ହୋଇ କରୋନା ବିରୋଧରେ ଲଢେଇ କରିବା ଆବଶ୍ୟକ । ଡବ୍ଲୁଏଚଓ କରୁନା ମୁକାବିଲ।।ରେ ଚାଇନାକୁ ସହଯୋଗ କରୁଥିବା ଦର୍ଶାଇଛି ଆମେରିକା । ଏଭଳି ଅଭିଯୋଗ ଆଣି ଡବ୍ଲୁଏଚଓକୁ ଯେଉଁ ପାଣ୍ଠି ଯୋଗାଉଥିଲା, ଆମେରିକା ସେଥିରେ ରୋକ ଲଗାଇଛି ଆମେରିକା । ପୂର୍ବରୁ ଆମେରିକା ଡବ୍ଲୁଏଚଓକୁ ପ୍ରତିବର୍ଷ ୪୦୦ରୁ ୫୦୦ ମିଲିଅନ ଡଲାର ସହାୟତା କରୁଥିବା ବେଳେ ବର୍ତ୍ତମାନ ୪୦ ମିଲିଅନ ଡଲାର ଦେଉଛି ।
ଡବ୍ଲୁଏଚଓ କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବା ବେଳେ ଚାଇନା କରୋନା ସଂକ୍ରମଣ ଉପରେ ବିଜୟ ହାସଲ କରିବାକୁ ନେଇ ଟ୍ରମ୍ପ ଅଭିଯୋଗ କରିଛନ୍ତି, ଚାଇନା କରୋନାକୁ ନେଇ ବହୁ ତଥ୍ୟ ଲୁଚାଉଛି । ଚାଇନାରେ ସଂକ୍ରମଣ ବ୍ୟାପୁଥିବା ବେଳେ ଜାତିସଂଘ ଏହାକୁ ଲୁଚାଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ଆମେରିକାର ସ୍ଥିତି ବିଗୁଡିଛି । ବୁଧବାର ସୁଦ୍ଧା ଖବର ପ୍ରକାଶ କରିବା ପର୍ଯ୍ୟନ୍ତ ଅ।।ମେରିକାରେ କରୋନ।। ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୧୪ହଜାର୨୪୬ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୨୬ହଜାର ଟପିଛି । ୨୪ ଘଣ୍ଟାରେ ୨୪୦୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ମୋଟ ୨୧୦ ରାଷ୍ଟ୍ର ଏହି ଭାଇରସ କବଜାରେ ରହିଛି । ଆମେରିକାରେ ବର୍ତ୍ତମାନ ସର୍ବାଧିକ ସଂକ୍ରମଣ ହେଉଛି । ନିଜ ଦେଶରେ କରୋନାକୁ ରୋକିବ।।ରେ ଟ୍ରମ୍ପ ସରକାର ବିଫଳ ହୋଇଥିବାରୁ ଏବେ ଡବ୍ଲୁଏଚଓ ଉପରେ କଟକଣା ଲଗାଇ ଅଭିଯୋଗ ପରେ ଅଭିଯୋଗ ଆଣୁଛନ୍ତି ଟ୍ରମ୍ପ ।