ଭାରତ

ମଣିପୁର ହିଂସା : ୧୨ ଆତଙ୍କବାଦୀଙ୍କୁ ମୁକ୍ତ କଲା ସୁରକ୍ଷାବାହିନୀ 

(ମଣିପୁର) : ଥମିବାର ନାଁ ଧରୁନି । ମିଳିତ ସୁରକ୍ଷା ବାହିନୀର ବିଶାଳ ଅପରେସନ ଦ୍ବାରା ଗିରଫ ହୋଇଥିବା ୧୨ ଆତଙ୍କବାଦୀଙ୍କୁ ଛାଡ଼ି ଦେବା ପାଇଁ ଉକ୍ତ ମହିଳା ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀକୁ ଘେରିଯାଇ ଆକ୍ରମଣ ଧମକ ଦେଇଥିଲେ  ।କୌଣସି ବଡ଼ ଅଘଟଣକୁ ଏଠାଇବା ପାଇଁ ସୁରକ୍ଷା ବାହିନୀ ସମସ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରିଛି।

ତେବେ  ସେନା ପକ୍ଷରୁ ଗିରଫ କରାଯାଇଥିବା କେୱାଇକେଏଲ୍‌ (କାଙ୍ଗଲି ୟାଓଲ କାନ୍ନା ଲୁପ) ଗୋଷ୍ଠୀର ୧୨ ଆତଙ୍କବାଦୀଙ୍କୁ ଆନ୍ଦୋଳନକାରୀ ମହିଳା ଏଭଳି ଢଙ୍ଗରେ ମୁକ୍ତ କରିନେବା ଘଟଣା ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି। ସମ୍ଭାବ୍ୟବିପଦ ଏବଂ ଅଧିକ ଲୋକ ମୃତାହତ ହେବା ଆଶଙ୍କା କରି ସେନା ପକ୍ଷରୁ ସମସ୍ତ ୧୨ଜଣ ଆତଙ୍କବାଦୀଙ୍କୁ ଛାଡ଼ି ଦିଆଯାଇଥିଲାଏହାପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ନିକଟରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ନେଇ ଉକ୍ତ ଅଞ୍ଚଳ ପରିତ୍ୟାଗ କରିଥିଲା।

 

Related posts

୧୫ ବର୍ଷର ଝିଅ ହେଲା ଗର୍ଭବତୀ ! ସାମ୍ନାକୁ ଆସିଲା ପ୍ରକୃତ ସତ

mahabharatanews

୭ରେ ହେବ କେଜ୍ରିୱାଲଙ୍କ ଜାମିନ ଉପରେ ଶୁଣାଣି

mahabharatanews

ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

mahabharatanews