ଭାରତ

ଚିନ୍ତା ବଢାଇଲାଣି ମଙ୍କିପକ୍ସ; ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ମଙ୍କିପକ୍ସ । ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ । ସଂକ୍ରମିତ ଜଣକ ନାଇଜେରୀୟ । ତାଙ୍କୁ ଦିଲ୍ଲୀ LNGP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ମିସାଇ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୨ ବୃଦ୍ଧି ପାଇଛି । ସେହିଭଳି କେରଳରେ ତିନି ଜଣ ମଙ୍କପକ୍ସରେ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ଜଣକର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ ଜଣେ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା 6ରେ ପହଞ୍ଚିଛି । ସେପଟେ ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ଆକ୍ସନ ମୋଡରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାଣୟ । ଭୂତାଣୁ ମନିଟରିଂ ପାଇଁ ଗଠନ ହୋଇଛି ଟାସ୍କଫୋର୍ସ । ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭ୍ୟାକସିନ ପ୍ରସ୍ତୁତକାରୀ କମ୍ପାନୀ ସହ ନିତି ଆୟୋଗ ସଦସ୍ୟ ଆଲୋଚନା କରିଛନ୍ତି ।

ଏବେ ସୁଦ୍ଧା ଦେଶରେ ୫ ମଙ୍କିପକ୍ସ ରିପୋର୍ଟ ହୋଇଥିବା ବେଳେ ଏକାଧିକ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ସହ ଆକ୍ରାନ୍ତଙ୍କଠାରୁ ଦୂରତ୍ବ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ LNJP ହସ୍ପିଟାଲ ଏମଡି ସୁରେଶ କୁମାର ।

Related posts

ଜି-୨୦ ଶିଖର ସମ୍ମିଳନୀ ସମୟରେ ଡ୍ରୋନ୍‌ ଠାବ 

mahabharatanews

ଅଚାନକ ହୁ ହୁ ହୋଇ ଜଳିଗଲା ବସ, ଜଣେ ମହିଳା ଯାତ୍ରୀ ଦଗ୍ଧ 

mahabharatanews

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

Leave a Comment