Uncategorized

ଆଜିଠାରୁ ଦୁଇ ଦିନିଆ କୋଲକାତା ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲିଠାରୁ ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ । ଶନିବାର ସେ କୋଲକାତାରେ ପହଞô୍ଚ ସେଠାରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି ।

ଅଧିକାରୀକ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ କାଳରେ କୋଲକାତାର ୪ଟି ଐତିହାସିକ କୋଠାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କୋଠା ଗୁଡିକ ହେଲା ଓଲଡ କରେନ୍ସି ବିଲ୍ଡିଂ, ବେଲଭେଡେର ହାଉସ, ମେଟକାଲ୍ଫ ହାଉସ ଓ ଭିକ୍ଟୋରିଆଲ ମେମେରିଆ ହଲ । କୋଲକାତା ପୋର୍ଟ ଟ୍ରଷ୍ଟରର କାର୍ୟ୍ୟକ୍ରମରେ ମଧ୍ୟ ଯୋଗଦେବେ ।

ଏହି ଅବସରରେ ସେ ପୋର୍ଟ ଟ୍ରଷ୍ଟର ଅବସରପ୍ରାପ୍ତ କର୍ମଚାରୀ ଓ କାର୍ୟ୍ୟରତ କର୍ମଚାରୀଙ୍କ ପେନସନ ପାଇଁ ୫୦୧ କୋଟି ଟଙ୍କାର ଚେକ ପୋର୍ଟ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଏହା ବ୍ୟତୀତ କୌଶଲ ବିକାଶ କେନ୍ଦ୍ର ଓ ସୁନ୍ଦରବନର ୨୦୦ ଆବାସିକ ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରିତୀଲତା ଛାତ୍ରୀ ଆବାସର ଉଦ୍ଘାଟନ କରିବେ ।

Related posts

ସିଏଏ ହିଂସା: ପର୍ସ ବଞ୍ଚାଇଲା କନଷ୍ଟେବଲଙ୍କ ଜୀବନ

mahabharatanews

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews

ସାହିନବାଗ ପ୍ରଦର୍ଶନ ହଟାଇବାକୁ ସୁପ୍ରିମ କୋର୍ଟରେ ଯାଚିକା

mahabharatanews

Leave a Comment