କାବୁଲ: ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି (ଆଇଏସଆଇ) ଆଫଗାନିସ୍ତାନ ସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିବା ନେଇ ଷଡଯନ୍ତ୍ର କରୁଛି । ଏହି ଆକ୍ରମଣ ପାଇଁ ବିସ୍ଫୋରକ ଭର୍ତ୍ତି କାରରେ ଆତ୍ମଘାତୀ ଆକ୍ରମଣ କରିବାକୁ ମସୁଧା ହେଉଛି । ନିକଟରେ ଏକ ଗୁଇନ୍ଦା ତଥ୍ୟରୁ ଜଣା ପଡିଛି, ଆଇଏସଆଇ ଏଥିନେଇ ଲସ୍କର ଏ ତୋଏବା ଓ ଇସଲାମିକ ଷ୍ଟେଟ ପରି ସଂଗଠନ ସହ ହାତ ମିଳାଇଛି ।
ଆଫଗାନିସ୍ତାନରେ ଇସଲାମିକ ଷ୍ଟେଟର ଇସଲାମିକ ଷ୍ଟେଟ ଇନ ଖୁରାସାନ ପ୍ରାନ୍ତ ନାମକ ସଂଗଠନ ଓ ଆଫଗାନିସ୍ତାନ- ପାକିସ୍ତାନ ଇଲାକାରେ ସକ୍ରିୟ ରହିଛି । କୁହାଯାଉଛି, ଏହି ସଂଗଠନରେ ଭାରତରୁ ଯାଇଥିବା କିଛି ଲୋକ ସାମିଲ ଅଛନ୍ତି । ଆଫଗାନିସ୍ତାନରେ ଭାରତୀୟ ମିଶନ ଉପରେ ଆକ୍ରମଣ କରିବାକୁ ମସୁଧା କରୁଛି । ଏହି ଆକ୍ରମଣ ପାଇଁ ସଲାମିକ ଷ୍ଟେଟ ଇନ ଖୁରାସ।।ନ ପ୍ରାନ୍ତ ଓ ଲସ୍କର ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଛି । ଗୁଇନ୍ଦା ରିପୋର୍ଟ ମୁତାବକ, ଲାହୋରର ମୂଳ ନିବାସୀ ସୈଫୁଲ୍ଲାହ ଲସ୍କର ଓ ଖୁରାସାନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରୁଛି । କାବୁଲରେ ଖୁରାସାନ କମାଣ୍ଡର ମତିନ ମୌବିୟାକୁ ଭାରତୀୟ ମିଶନ ଉପରେ ଆକ୍ରମଣର ଦାୟିତ୍ୱ ଦିଆଯାଇଛି । ଏଥିନେଇ ୫ଟି ଦଳକୁ ତାଲିମ ଦିଆଯାଉଚି । ଆଫଗାନିସ୍ତାନର ଦୂତାବାସ ବ୍ୟତୀତ ଜଲାଲାବାଦ ଓ ହେରାତର ଭାରତୀୟ ଦୂତାବାସ ମଧ୍ୟ ରହିଛି ।
ସୂଚନାଯୋଗ୍ୟ ଚଳିତ ବର୍ଷ ଫେବୃଆରୀ ୧୪ ତାରିଖରେ ହୋଇଥିବା ଫୁଲୱାମା ଆକ୍ରମଣ ପାଇଁ ଆତ୍ମଘାତି କାରର ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ ।