Uncategorized

ଇରାନରେ ଫସିଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ତିରବନନ୍ଦପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟାନ ସୋମବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପତ୍ର ଲେଖି କୋରୋନା ସଂକ୍ରମିତ ମଧ୍ୟ ପୂର୍ବ ରାଷ୍ଟ୍ରରେ ଫସି ରହିଥିବା ୧୦୦ରୁ ଅଧିକ ଭାରତୀୟଙ୍କ ଉଦ୍ଧାର ପାଇଁ ଇରାନରେ ଅବସ୍ଥାପିତ ଭ।ରତୀୟ ରାଜଦୂତ ତୁରନ୍ତ ଆବ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି, କୋରୋନା ସଂକ୍ରମି ଅଞ୍ଚଳରେ ଥିବା ଭାରତୀୟଙ୍କ ମଧ୍ୟରୁ ୬୦ ଜଣ କେରଳର ମତ୍ସ୍ୟଜୀବୀ ରହିଛିନ୍ତି । ଆମ ନିକଟରେ ସୂଚନା ରହିଛି କି, ଇରାନର ଆଜାଲୁରରେ ୧୦୦ରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ ଫସି ରହିଛନ୍ତି । ସେଠାର ସରକାର ସହ ରାଜ୍ୟସରକାର ଯୋଗାଯୋଗ କରି ଜାଣିବାକୁ ପାଇଛି, ସେମାନଙ୍କ ମଧ୍ୟରୁ ୬୦ ଜଣ ମତ୍ସ୍ୟଜୀବୀ କେରଳ । ବର୍ତ୍ତମାନ କୋରୋନା ସଂକ୍ରମଣ ପାଇଁ ସେମ।ନେ ଭାରତ ଫେରିବାରେ ଅକ୍ଷମ ହୋଇଛନ୍ତି, ତେଣୁ ବିଜୟାନ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କି, ସେହି ମତ୍ସ୍ୟଜୀବୀଙ୍କ ନିରପଦ ପ୍ରତ୍ୟାବର୍ତ୍ତନ ପାଇଁ ଇରାନରେ ଥିବା ଭାରତୀୟ ରାଜଦୂତଙ୍କୁ ନିର୍ଦ୍ଦେଶ ଦିଆଯାଉ ।

ସୂଚନାଯୋଗ୍ୟ, ଚୀନ ବାହାରେ ଇରାନରେ ଏପର୍ଯ୍ୟନ୍ତ ୫୪ ଜଣଙ୍କ ମୃତ୍ୟୁ କୋରୋନାରେ ହୋଇଥିବା ବେଳେ ପ୍ରାୟ ୯୮୭ ଜଣ ସଂକ୍ରମିତ ହୋଇଛନ୍ତି । ଏହା ପରେ ଇରାନରେ ଥିବା ଭାରତୀୟ ରାଜଦୂତ ଗଡାମ ଧର୍ମେନ୍ଦ୍ର କହିଥିଲେ ଯେଉଁ ଭାରତୀୟ ଭାରତକୁ ଫେରି ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ କର୍ତ୍ତୃପକ୍ଷ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବ । ଏଥିନେଇ ଆଲୋଚନା ଚାଲିଛି । ଏହା ପରେ ବିଜୟାନ ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖି କେରଳ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।

Related posts

Union Budget 2024 : ମୁଖ୍ୟମନ୍ତ୍ରୀ ଖୁସି, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ. .

mahabharatanews

ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା

mahabharatanews

ଲୋକପ୍ରିୟ ସିରିଏଲ୍ ‘କସୌଟୀ’ରେ ନୂଆ ଟ୍ୱିଷ୍ଟ, ଅନୁରାଗ ହେବେ ଭିଲେନ୍

mahabharatanews