Uncategorized

ଏହିସବୁ ଉପାୟରେ ଦୂର କରନ୍ତୁ ଅଶୁଭ ଗ୍ରହର ପ୍ରଭାବ

(ମହାଭାରତ): କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀ ତା’ର ଜୀବନ ବିଷୟରେ ଅନେକ କିଛି ତଥ୍ୟ ଦେଇଥାଏ । ଅଶୁଭ ଗ୍ରହ ଯୋଗୁଁ ଅନେକଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ । ଯଦି ଆପରଙ୍କ ଉପରେ ଗ୍ରହର ଅଶୁଭ ପ୍ରଭାବ ପଡିଥାଏ ତେବେ ଜୀବନରେ ସବୁ କାମ ଅଶୁଭ ହୋଇଥାଏ । ଏମିତି କିଛି ଉପାୟ ରହିଛି,ଯାହା ସାହଯ୍ୟରେର ଆପଣ ନିଜ କୁଣ୍ଡଳୀରେ ଥିବା ଅଶୁଭ ଗ୍ରହଙ୍କ ଖରାପ ପ୍ରଭାବକୁ ଦୂର କରିପାରିବେ । ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ହେଲେ ମାନସିକ ଚିନ୍ତା ଏବଂ ହୃଦ ସମ୍ବନ୍ଧୀୀୟ ରୋଗ ଦେଖାଦିଏ । ଚନ୍ଦ୍ରମାର ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତି ମାନସିକ ରୂପେ ବହୁତ ଦୁର୍ବଳ ହୋଇପଡେ । ଚନ୍ଦ୍ରମାଙ୍କ ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ପ୍ରତି ସୋମବାର ଶିବଙ୍କ ଜଳାଭିଷେକ କରନ୍ତୁ ଏବଂ ଓଁ ଶ୍ରୀ ଶ୍ରୀ ସଃ ଚନ୍ଦ୍ରମସେ ନମଃ ମନ୍ତ୍ର ଜାପ କରନ୍ତୁ ।

ଯଦି ଆପଣଙ୍କ ଭାଗ୍ୟରେ ମଙ୍ଗଳ ଦୋଷ ରହିଥାଏ ତେବେ ବ୍ୟକ୍ତି ମାନସିକ ରରୂପେ ବହୁତ ଚିନ୍ତାରେ ରୁହେ । ଏଥିରୁ ନିଜକୁ ରକ୍ଷା କରିବା ଆପଣ ହନୁମାନଙ୍କ ଉପାସନା କରିବା ସହ ସୁନ୍ଦରକାଣର୍ଡ ପାଠ କରନ୍ତୁ ।

ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହେଲେ ମାନ ସମ୍ମାନ ହାନି ହୋଇଥାଏ । ଏପରି ସ୍ଥିତିରେ ରକ୍ଷା ପାଇବାକୁ ହେଲେ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏବଂ ଓଁ ସୂର୍ଯ୍ୟାୟଃ ନମଃ ଜପ କରନ୍ତୁ । କୁଣ୍ଡଳୀର ଶୁକ୍ରଙ୍କ ଖରରାପ ପ୍ରଭାବ ପଡିଲେ ବୈବାହିକ ଜୀବନରେ ଜଟିଳତା ଦେଖାଦିଏ । ଏଥିପାଇଁ ଶୁକ୍ରବାର ଦିନ ଚାଉଳ ଦାନ କରିବା ସହ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

କୁଣ୍ଡଳୀରେ ଶନିଙ୍କ ଖରାପ ପ୍ରଭାବ ପଡିଲେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଏ । କୌଣସି କାମରେ ସଫଳତା ମିଳିନଥାଏ । ଏଥିପାଇଁ ଆପଣ ଶନିବାର ଦିନ ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କରିବା ସହ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ । ସମସ୍ୟାରୁ ମୁକ୍ତି ମିଳିବ ।

Related posts

ଖୋଲିଛି ଦେଶର କିଛି ଧର୍ମାନୁଷ୍ଠାନ

mahabharatanews

ସିଏଏ ମୁସଲମାନ ବିରୋଧୀ ନୁହେଁ: ରଜନୀକାନ୍ତ

mahabharatanews

ରାମାୟଣ ଧାରାବାହିକର ସୁଗ୍ରୀବ ଆଉ ନାହାନ୍ତି

mahabharatanews

Leave a Comment