Uncategorized

କମଲ ହାସନ ଚେନ୍ନାଇ ପୋଲିସ ଠାରେ ହାଜର

(ଚେନ୍ନାଇ): ରାଜନୈତିକ ଦଳ ମକ୍କଲ ନିଧୀ ମୟମ୍ ସଭାପତି ମଙ୍ଗଳବାର ଚେନ୍ନାଇ ପୋଲିସ ଆଗରେ ହାଜର ହୋଇଛନ୍ତି । ଫିଲ୍ମ ସୁଟିଂ ବେଳେ ଦୂର୍ଘଟଣା ଘଟି ମୃତ୍ୟୂବରଣ କରିଥିବା ୩ ଜଣଙ୍କ ମାମଲାରେ ଚେନ୍ନାଇ ପୋଲିସ ତାଙ୍କ ବୟାନ ରେକର୍ଡ ପାଇଁ ହାଜର ହେବାକୁ କହିଥିଲା । ସେଥିପାଇଁ ଅଭିନେତାରୁ ନେତା ପାଲଟିଥିବା କମଲ ମଙ୍ଗଳବାର ଇଗମୋର ଠାରେ ଚେନ୍ନାଇ ପୋଲିସ କମିଶନରଙ୍କ ଆଗରେ ହାଜର ହୋଇଥିଲେ । ଗତ ଫେବୃଆରୀରେ ଚେନ୍ନାଇର ଏକ ଷ୍ଟୁଡିଓରେ ‘ଇଣ୍ଡିଆନ-୨’ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁଟିଂ ସେଟ୍ରେ ଥିବା ୧୦ ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ । ତେବେ ଏଥିରେ ମୃତକଙ୍କ ପରିବାରବର୍ଗଙ୍କୁ ଫିଲ୍ମ ନିର୍ଦ୍ଦେଶକ ଏସ ଶଙ୍କର ୧ କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଚେନ୍ନାଇର ଇଭିପି ଷ୍ଟୁଡିଓରେ ଗତମାସ ୧୯ ତାରିଖରେ ଏକ କ୍ରେନ ଓଲଟିଯିବା ଫଳରେ ଏହି ଦୂର୍ଘଟଣା ହୋଇଥିଲା ।

Related posts

ପରଲୋକରେ ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ

mahabharatanews

ଦିଲ୍ଲୀ ହିଂସା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

mahabharatanews

ବିଶ୍ୱବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲା

mahabharatanews