ବେଙ୍ଗାଲୁର: ଆଜି ଦୁଇ ମହିଳାଙ୍କ ଗିରଫଦାରି ବିରୋଧରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସମ୍ମୁଖରେ କଂଗ୍ରେସର ବିରୋଧ ପ୍ରଦର୍ଶନ କାଳରେ ପୁଲିସ କଂଗ୍ରେସ ନେତା ଦିଶେ ଗୁଣ୍ଡୁ ରାଓ, ସିଦ୍ଦରମାଇ, ରିଜୱାନ ଅର୍ସଦ, କେ ସୁରେଶଙ୍କୁ ଅଟକ ରଖିଛି । ଗଣମାଧ୍ୟମକୁ ଦିନେଶ କହିଛନ୍ତି, ପୁଲିସ ସରକାର ଦ୍ୱାରା ଅପବ୍ୟବହାର ହେଉଛି । ଯେଉଁମାନେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଉଛି । ବିଜେପି ସରକାରର ଲୋକଙ୍କ ସହ ମୁହାଁମୁହିଁ ହେବାର ସାହସ ନାହିଁ । ଆମେ ସମ୍ବିଧାନର ସୁରକ୍ଷା ପାଇଁ ବିରୋଧ କରୁଥିବା ବେଳେ ସରକାର ଗଣତନ୍ତ୍ରର କଣ୍ଠରୁଦ୍ଧ କରୁଛି ।
ସୂଚନାଯୋଗ୍ୟ, ବିଦାରର ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ସିଏଏ ଓ ଏନଆରସି ବିରୋଧରେ ଏକ ପ୍ଲେ ଉପସ୍ଥାପନ କରାଯିବା ପରେ ସରକାର ଉକ୍ତ ସ୍କୁଲକୁ ବନ୍ଦ କରି ଦେବା ସହ ଦୁଇ ମହିଳାଙ୍କୁ ଗିରଫ କରିଥିଲା । ଉକ୍ତ ଗିରଫ ମହିଳାଙ୍କ ଜାମିନ ମଞ୍ଜୁର କରାଯାଇଛି । ନାଟକରେ ସ୍କୁଲ ପ୍ରିନ୍ସିପାଲ ଓ ଜଣେ ଛାତ୍ରଙ୍କ ମା’ ଅଭିନୟ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା ।