Uncategorized

କେନାଲରେ କାର ଖସି ୫ ମାତ

କନୌଜ: ବୁଧବାର ଦିନ କେନାଲରେ କାର ଖସିପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । କନୌଜରେ ଆଜି ପୂର୍ବାହ୍ନରେ କାରଟି ଗଙ୍ଗା କେନାଲ ମଧ୍ୟକୁ ଖସି ପଡିବାରୁ ଏହି ଦୁଃଖଦ ଘଟଣା ଘଟିଥିଲା ।
ସୂଚନା ଅନୁଯାୟୀ, ଗୋଟିଏ ପରିବାର ଥାଥିଆର ଖାଇରନଗର ଯାତ୍ରା କରୁଥିଲେ । ଉତ୍ତର ପ୍ରଦେଶର ଇନ୍ଦରଗଡ ପୋଲିସ ଷ୍ଟେସନ ଅଧୀନ ଛତ୍ରପୁର ଗ୍ରାମ ନିକଟରେ ଯାଇଥିବା ଗଙ୍ଗା କେନାଲ ର।।ସ୍ତା ଦେଇ ଯାଉଥିବା ବେଳେ ହଠାତ୍ ଗାଡିଟି କେନାଲ ମଧ୍ୟକୁ ଖସି ପଡିଥିଲା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, କ।।ରଟି ଡିଭାଇଡରକୁ ଧକ୍କା ଦେବା ପରେ କେନାଲ ମଧ୍ୟକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ କାରରୁ ଲୋକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଜଣଙ୍କୁ ଛାଡି ଦେଲେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ପ୍ରାୟ ୧ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚଥିଲା ।

Related posts

ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ  ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

mahabharatanews

ମହାରାଷ୍ଟ୍ର ସରକାରକୁ ସୁପ୍ରିମ କୋର୍ଟଙ୍କ ନୋଟିସ

mahabharatanews

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews