(ମହାଭାରତ, ବୋରିଗୁମ୍ମା): କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଙ୍ଗଳବାର ବୋରିଗୁମ୍ମା ଗସ୍ତରେ ଆସି ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ଏଠାରେ ପଞ୍ଚାୟତ ସମିତି ସଭାଗୃହରେ ଜନଶୁଣାଣୀ ହୋଇଥିଲା । ଏଥିରେ ୪୨ଟି ଅଭିଯୋଗର ଜିଲ୍ଲାପାଳ ଶୁଣାଣୀ କରିଥିଲେ । ସେଥିମଧ୍ୟରୁ ୨୫ଟି ଗୋଷ୍ଠିଗତ ଓ ୧୭ଟି ବ୍ୟକ୍ତିଗତ ଅଭିଯୋଗ ଏଥିରେ ସାମିଲ ଥିଲା । ଜିଲ୍ଲାପାଳଙ୍କ ଅଭିଯୋଗର ଶୁଣାଣି ବେଳେ ଲଦିଯୋଡି ପୋଲ ନିର୍ମାଣ, ବୋରିଗୁମ୍ମା ମେଡିକାଲରେ ଡାକ୍ତରଙ୍କ ଅଭାବ ଆଦି ଉପରେ ବିଶେଷ ଗୁରତ୍ୱ ଦିଆଯାଇଥିଲା । ଏହି ଅବସରରେ କମରା ପଞ୍ଚାୟତର ଜଣେ ରୋଗୀଙ୍କୁ କୋରାପୁଟ ଜିଲ୍ଲାପାଳ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମ ବ୍ଲକ ଓ ଜିଲ୍ଲା ସ୍ତରିୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
previous post
next post