ଓଡିଶା

ଚଳନ୍ତା ଟ୍ରେନକୁ ଧରିବାକୁ ଯାଇ ଯୁବତୀ ଗୁରୁତର

ଗୋପ: ପୁରୀ ରେଲୱେ ଷ୍ଟେସନ ପ୍ଲାଟଫର୍ମ ୭ ନମ୍ବରୁ ଟ୍ରେନ ନମ୍ବର ୧୮୪୦୧ପୁରୀ-ଓକା ଏକ୍ସପ୍ରେସ ଟି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଜଣେ ଯୁବତୀ ପୁରୀ ଓକା ଏକ୍ସପ୍ରେସ ଟିକୁ ଧରିବାକୁ ଯାଇ ଖସିପଡି ଗୁରୁତର ଆହତ ହୋଇଥିଲେ । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ପୁରୀ ଷ୍ଟେସନରୁ ପୁରୀ ଓକା ଏକ୍ସପ୍ରେସ ଧରିବାକୁ ଥିଲା । ଯୁବତୀ ଷ୍ଟେସନରେ ପହଞ୍ôଚବାକୁ ଡେରି ହୋଇଯାଇଥିଲା । ସେ ତରବରରେ ଟ୍ରେନକୁ ଉଠିବା ସମୟରେ ତାଙ୍କ ଓଢଣିଟି ଟ୍ରେନରେ ଲାଖିଯିବାରୁ ତଳେ ପଡିଯାଇ ଗୁରୁତର ଅ ।ହତ ହୋଇଥିଲେ । କାର୍ଯ୍ୟରତ ଥିବା ଅ ।ରପିଏ‘ କର୍ମ·ରୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ରେଲୱେ ଟ୍ରାକରୁ ଉଧାର କରି ୧୦୮ ଅ ।ମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପୁରୀ ବଡ଼ମେଡ଼ିକାଲ ପଠାଇଥିଲେ । କିନ୍ତୁ ତାଙ୍କ ସ୍ଥିତି ଗୁରୁତରଥିବାରୁ ତ।।ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ରୁ ଜଣାପଡିଥିଲା ଯୁବତୀ ଜଣକ ହେଲେ ଖୋର୍ଦ୍ଧାର ଜିଲ୍ଲା କତିଅ । ଗ୍ରାମର ମିନତି ବେହେରା (୨୯) ,ପିତା ଅଜୟ ବେହେରା । ମିନତିଙ୍କ ସହିତ ତାଙ୍କ ସ୍ୱାମୀ ଓ ପୁଅ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅ ।ସିଥିଲେ । ଦର୍ଶନ କରି ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା ।

Related posts

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା 

mahabharatanews

ବେଆଇନ ବାଣ ତିଆରି ବେଳେ ବିସ୍ପୋରଣ 

mahabharatanews

ଅଗ୍ନିକାଣ୍ଡରେ ୩୦ରୁ ଉଦ୍ଧ୍ୱର୍ ଘର ପୋଡି ପାଉଁଶ

mahabharatanews

Leave a Comment