ମହାଭାରତ ଚେନ୍ନାଇ: କୋରୋନା ସଂକ୍ରମିତ ଚୀନରୁ ଆସିଥିବା ଏକ ଜାହାଜର ଦୁଇ କ୍ରୁ ସଦସ୍ୟ ଚେନ୍ନାଇ ବନ୍ଦରରେ ପହଁଚିବା ବେଳେ ସେମାନଙ୍କୁ ଜ୍ୱର ହୋଇଥିବାରୁ ସେମାନଙ୍କୁ ଅଲଗା ରଖାଯାଇଛି ଓ ପୋତକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ କିଛି ଦୂରରେ ରଖାଯାଇଛି ବୋଲି ଚେନ୍ନାଇ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି କୁହାଯାଇଛି । ଜାହାଜଟି ୧୯ ଚୀନ କ୍ରୁ ମେମ୍ବରଙ୍କୁ ନେଇ ଜାହାଜଟି ଚେନ୍ନାଇ ବନ୍ଦରରେ ପହଁଚିଥିଲା । ଏହା ପୂର୍ବରୁ ୧୪ ଦିନ ପୂର୍ବେ ଆସିଥିବା ଏହି ଜାହାଜର କ୍ରୁ ସଦସ୍ୟଙ୍କ ଅଲଗା ରଖାଯାଇ ସେମାନଙ୍କ ପରୀକ୍ଷା କାଳରେ ସେମାନେ ସମସ୍ତେ ସୁସ୍ଥ ମିଳିଥିଲେ ।
ଗତକାଲି ଜାହାଜଟି ଚେନ୍ନାଇ ବନ୍ଦରରେ ପହଁଚିବା ପରେ ଏକ ସ୍ୱାସ୍ଥ୍ୟ ଦଳ ବିମାନ ଅଧିକାରୀଙ୍କ ନେତୃତ୍ୱରେ ସମସ୍ତ କ୍ରୁ ସଦସ୍ୟଙ୍କ ଯାଞ୍ଚ କରିଥିଲେ । ଏହି ସମୟରେ ଦୁଇ ଜଣଙ୍କ ଠାରେ ସାମାନ୍ୟ ଜ୍ୱର ଥିବା ବେଳେ କୋରୋନା ସଂକ୍ରମଣର ଅନ୍ୟ ଲକ୍ଷଣ ମିଳି ନ ଥିଲା । ଏହା ପରେ ଉଭୟ କ୍ରୁ ସଦସ୍ୟଙ୍କୁ ଅଲଗାଭାବେ ଜାହାଜ ମଧ୍ୟରେ ରଖାଯାଇ ନିରୀକ୍ଷଣ କରାଯାଉଛି ଓ ଉକ୍ତ ଜାହାଜକୁ ମଧ୍ୟ ସମୁଦ୍ରର ଦୂର ସ୍ଥାନରେ ରଖାଯାଇଛି । ଉଭୟଙ୍କ ରକ୍ତ ନମୁନା ଆଜି ସଂଗ୍ରହ କରାଯାଇ ପରୀକ୍ଷ ପାଇଁ ପଠାଇ ଦିଆଯାଇଛି । ଆଜି ହିଁ ସେମାନଙ୍କ ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନେ କୋରୋନାରେ ସଂକ୍ରମିତ କି ନାହିଁ ତାହା ଜଣା ପଡିବ ଓ ଏହା ପରେ ବିମାନ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଚୀନ ଓ ଏସିଆନ ଦେଶରେ ଏପର୍ଯ୍ୟନ୍ତ ୨୦୦୪ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୪ହଜାର ଲୋକ ସଂକ୍ରମିତ ହୋଇସାରିଲେଣି ।
next post