Uncategorized

ଦିଲ୍ଲୀରେ ସେନା ମୁତୟନ ପାଇଁ କେଜ୍ରିୱାଲଙ୍କ ନିବେଦନ

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ପରିସ୍ଥିତି ବର୍ତ୍ତମାନ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଘନଘନ ବୈଠକ କରୁଥିବା କେଜ୍ରିୱାଲ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ତଥାପି ଦିଲ୍ଲୀରେ ହିଂସା ଥମୁନାହିଁ । ଏଭଳି ସାଂଘାତିକ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦିଲ୍ଲୀରେ ସେନା ମୁତୟନ ହେବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି । ଏନେଇ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବେ ବୋଲି ସୂଚନା ଦେଇଛନ୍ତି । ଦିଲ୍ଲୀର ସ୍ଥିତି ଏବେ ସାଂଘାତିକ ରହିଛି । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସମସ୍ତ ଚେଷ୍ଟା କରୁଥିଲେ ମଧ୍ୟ ସଫଳତା ପାଇପାରି ନାହିଁ । ଏଣୁ ତୁରନ୍ତ କର୍ଫ୍ୟୁ ଲଗାଇବା ସହ ଦିଲ୍ଲୀରେ ସେନା ମୁତୟନ ପାଇଁ କେଜ୍ରିୱାଲ କେନ୍ଦ୍ର ସରାକାରଙ୍କୁ ନିବେଦନ କରିଛନ୍ତି । ଗତ ମଙ୍ଗଳବାର ହୋଇଥିବା ହିଂସାକୁ ଦେଖି ସେନା ମୁତୟନ କରାଯିବ ବୋଲି ଖବର ପ୍ରକାଶ ପାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ସଂଖ୍ୟକ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ସେନା ମୁତୟନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related posts

କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ବରମଙ୍କୁ କରୋନା

mahabharatanews

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews

ଘରୁ ଝିଟିପିଟି, ଅସରପା ଓ ମାଛି ଘଉଡାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଉପାୟ

mahabharatanews

Leave a Comment