Uncategorized

ଦିଲ୍ଲୀ ଫଳାଫଳ ପାଇଁ ସାହିନବାଗ ଖାଲି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆରମ୍ଭ ହେବା ପରେ ୨ ମାସ ଧରି ସାହିନବାଗରେ ଚାଲିଥିବା ପ୍ରଦର୍ଶନ ସ୍ଥଳୀ ଖାଲି ହୋଇଯାଇଛି । ମାତ୍ର ହାତ ଗଣତି କିଛି ଲୋକଙ୍କୁ ଛାଡିଦେଲେ ଧାରଣାସ୍ଥଳରେ କେହି ନାହାନ୍ତି । ଗତ ଦୁଇ ମାସ ଧରି ନାଗରିକତା ସଂଶୋଧନ ଆଇନ ବିରୋଧରେ ସାହିନବାଗରେ ଯେଉଁ ଭିଡ ଥିଲା ମତଗଣନା ଦିନ ତାହା ଆଉ ନାହିଁ । ମଙ୍ଗଳବାର ସକାଳେ ସାହିନ ବାଗର ଧାରଣାସ୍ଥଳ ପ୍ରାୟ ଖାଲି ହୋଇ ଯାଇଛି । ସେହିପରି ଶନିବ।।ର ଭୋଟ ପାଇଁ ମଧ୍ୟ ଧାରଣାସ୍ଥଳ ଖାଲି ହୋଇଯ।।ଇଥିଲା । ଧାରଣପ୍ରଦର୍ଶନକାରୀଙ୍କ ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ତେଣୁ ଶନିବାର ମତଦାନ ପାଇଁ ସକାଳୁ ଧରଣାରେ ବସିଥିବା ଲୋକେ ଭୋଟ ଦେବାକୁ ଯାଇଥିଲେ ।

ସୂଚନାଯୋଗ୍ୟ, ସାହିନବାଗ ଅଞ୍ଚଳ ଓଖଲା ବିଧାନସଭା କ୍ଷେତ୍ରରେ ଆସେ । ଗତ ଡିସେମ୍ବର ୧୫ରୁ ବହୁ ସଂଖ୍ୟ।।ରେ ଲୋକ ନାଗରିକତା ସଂଶୋଧନ ଆଇ, ଏନପିଆର ଓ ଏନଆରସି ବିରୋଧରେ ଧାରଣାରେ ବସିଥିଲେ । ପୁଳିସ ପ୍ରଶାସନ ପକ୍ଷରୁ ଧାରଣାକ।।ରୀଙ୍କୁ ହଟାଇବାକୁ ପ୍ରାରମ୍ଭିକ ଅବସ୍ଥାରେ ଚେଷ୍ଟ।। କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା । ୧୫ ଡିସେମ୍ବରଠାରୁ ସାହିନବାଗର ସଡକ ଜାମ ହୋଇ ଯାଇଥିଲା । ଲୋକଙ୍କ ଯାତାୟାତରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା । ଏହାକୁ ନେଇ ମଧ୍ୟ ଗୁଳି ମାଡ ପରି ଘଟଣା ଘଟିଥିଲା । କିନ୍ତୁ ପ୍ରଦର୍ଶନକାରୀ ନିଜ ଜିଦିରେ ଅଡି ବସିଥିଲେ । ଓଖାଲ ସିଯରୁ ଆପ ଓମାନତୁଲ୍ଲା ଖାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସେଠାରୁ ବ୍ରହ୍ମ ସିଂହ ଓ କଂଗ୍ରେସ ପରବେଜ ହାଶମୀଙ୍କୁ ଠିଆ କରିଥିଲା ।

ମତଗଣନାକୁ ନେଇ ସାହିନବାଗ ଓ ଜାମିଆରେ ଅପପ୍ରଚାରର ମାହୋଲ ଗରମ ଥିଲା । ତେବେ ଆଜିର ସ୍ତିତିକୁ ଦେଖି କୁହାଯାଉଛି, ହୁଏତ ମତଗଣନା ପରେ ସାହିନବାଗ ଓ ଜାମିଆର ସ୍ଥିତିରେ ପରିବର୍ତ୍ତନ ଆସିବ । କିନ୍ତୁ ପ୍ରର୍ଦାନକାରୀଙ୍କ କହିବା ହେଉଛି, ଯିଏ ବି ସରକାର ଗଢୁ, ବିରୋଧ ପ୍ରଦର୍ଶନ ଜାରି ରହିବ ।

Related posts

ସ୍ୱାଧୀନତା ଦିବସରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

mahabharatanews

ପିଜୁଳି ପତ୍ର ଜୁସ୍ , କେଉଁମାନେ ପିଇବା ଉଚିତ ଜାଣନ୍ତୁ

mahabharatanews

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

mahabharatanews

Leave a Comment