ଅପରାଧ

ଦୁଷ୍କର୍ମ ପରେ ଦୁର୍ଘଟଣା, ପୀଡିତା ଗୁରୁତର

(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଗତ ଶୁକ୍ରବାର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି । କେବଳ ଏତିକି ନୁହେଁ ଦୁଷ୍କର୍ମ ପରେ ୨ ଯୁବକ ନାବାଳିକାକୁ ନେଇ ଯାଉଥିବା ବେଳେ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ପୀଡିତା ଗୁରୁତର ହୋଇଛନ୍ତି । ଏନେଇ ପୀଡିତାଙ୍କ ମାଆ ଥାନାର ଅଭିଯୋଗ ଦେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୀଡିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ତାଙ୍କର ୨ ଝିଅ ଅପରାହ୍ନ ୪ଟାରେ ହାଟକୁ ଲେମ୍ବୁ ବିକିବାକୁ ଯାଇଥିଲେ । କିଛିି ସମୟ ପରେ ସାନ ଝିଅଟି ଘରକୁ ଫେରୁଥିବା ବେଳେ ବାଟରେ ୨ ଯୁବକ ବାଇକରେ ତାଙ୍କୁ ନିଛାଟିଆ ସ୍ଥାନକୁ ଉଠାଇ ନେଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ବାଇକରେ ଆଣୁଥିବା ବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପୀଡିତାଙ୍କ ଗୋଡ ଭାଙ୍ଗି ଯାଇଛି । ପୀଡିତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋେକେ ଏକାଠି ହେବାରୁ ଅଭିଯୁକ୍ତମାନେ ବାଇକ ଧରି ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ଝିଅର ଏପରି ଅବସ୍ଥା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ପୀଡିତାଙ୍କ ମାଆ ଦାବି କରିଛନ୍ତି ।

Related posts

ହୋମଗାର୍ଡର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

mahabharatanews

ହୋଟେଲ ରୁମରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଦୁଇ ନିଶା ବେପାରୀଙ୍କ ମଧ୍ୟରେ ମାରପିଟ୍

mahabharatanews

Leave a Comment