Uncategorized

ନିତୀଶଙ୍କ ଦ୍ୱାରା ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଶନିବାର ଦିନ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ପାଟନାଠାରେ ଅନାବରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅରୁଣ ଜେଟଲୀଙ୍କ ପରିବାର ବର୍ଗ ଓ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ନୀତିସ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମ ପରେ ଜଟେଲୀଙ୍କୁ ପୁତ୍ର ରୋହନ ଜେଟଲୀ କହିଥିଲେ, ବିହାର ରାଜ୍ୟ ସହ ଅରୁଣ ଜେଟଲୀଙ୍କର ଏକ ଗଭୀରସଂଯୋଗ ଥିଲା । ରାଜ୍ୟରେ ବିଜେପିର କାୟା ବିସ୍ତାରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସାମାଜ ସେବା କ୍ଷେତ୍ରରେ ମଧ୍ୟ ସ୍ୱର୍ଗତ ଜେଟଲୀଙ୍କ ଅବଦାନ ଅତୁଳନୀୟ ଥିଲା, ଯାହା ତାଙ୍କୁ ଲୋକପ୍ରିୟ କରାଇଥିଲା ଓ ତାଙ୍କ ଏହି ଗୁଣାବଳୀକୁ ନେଇ ନିତୀଶ ଓ ତାଙ୍କ ମଧ୍ୟରେ ମଧୁର ସମ୍ପର୍କ ସୃଷ୍ଟି ହୋଇଥିଲା ।

ସୂଚନା ଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟରେ ନିତୀଶ କୁମାର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ ପ।।ଇଁ ଘୋଷଣା କରିଥିଲେ । ଏଥିସହ ନିତୀଶ କହିଥିଲେ, ଜେଟଲୀଙ୍କ ଜନ୍ମ ଦିବସକୁ ପ୍ରତିବର୍ଷ ରାଜ୍ୟରେ ମହାସମାରୋହରେ ପାଳନ କରାଯିବ । ଚଳିତ ବର୍ଷ ଅଗଷ୍ଟ ୨୪ ତାରିଖରେ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଏମ୍ସରେ ମୃତ୍ୟୁ ହୋଇଥିଲା । ସେତେବେଳେ ତାଙ୍କୁ ୬୬ ବର୍ଷ ହୋଇଥିଲ।। ।

Related posts

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ଅନସାରି ପାରୋଲରେ ଆସି ନିଖୋଜ

mahabharatanews

ହୋଲିକା ଦହନ ପଛର କାହାଣୀ

mahabharatanews

ମାଟ୍ରିକ ହବ୍ ସେଣ୍ଟରରେ ଅଗ୍ନିକାଣ୍ଡ

mahabharatanews

Leave a Comment