Uncategorized

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ପ୍ରଦର୍ଶନ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୁଆଦିଲ୍ଲୀସ୍ଥିତ ଆମେରିକାନ ଦୂତାବାସ ସମ୍ମୁଖରେ ଇରାନ ଜେନେରାଲ କାସିମ ସୁଲେମାନୀ ହତ୍ୟାକୁ ନେଇ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଗତ ସପ୍ତାହରେ ବାଗଦାଦ ବିମାନ ବନ୍ଦରଠାରେ ଏୟାର ଷ୍ଟ୍ରାଇକ କରି ଆମେରିକା ସୁଲାମାନୀର ହତ୍ୟା କରିଥିଲା । ଦିଲ୍ଲୀର ତିନ ମୂର୍ତ୍ତି ଲେନଠାରେ ପ୍ରଦର୍ଶନକାରୀ ଏକତ୍ରିତ ହୋଇଥିଲେ । ପ୍ରଦାର୍ଶନକାରୀଙ୍କ ହାତରେ ସୁଲେମାନୀ ଓ ଇରାନର ପ୍ରମୁଖ ନେତା ଆୟାତୋଲ୍ଲାହ ଅଲି ଖାମେନେଇଙ୍କ ପୋଷ୍ଟ ଥିଲା । ପ୍ରଦାର୍ଶନକାରୀ ଆମେରିକା ଓ ଇଜରାଏଲ ବିରୋଧରେ ଦେଇଥିଲେ ନାରାବାଜି । ପ୍ରଦର୍ଶନକାରୀ ଦର୍ଶାଇଥିଲେ କି, ସୁଲେମାନୀ ସର୍ବଦା ଭାରତ ଓ ଇରାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିଆସୁଥିଲେ ।

ଗତ ଶୁକ୍ରବାର ଦିନ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରି ସୁଲାମାନୀକୁ ମାରିଥିଲା । ସୁଲେମାନୀ ଇରାନର ସର୍ବଶକ୍ତିମାନ କମାଣ୍ଡର ଭାବେ ବେଶ ପରିଚିତ ଥିଲା । ଏହାକୁ ନେଇ ମଧ୍ୟପୂର୍ବାଞ୍ଚଳରେ ଦେଖାଦେଇଛି ଅସ୍ଥିରତା । ଇରାନ ଏହି ଘଟଣାର ପ୍ରତିଶେ।।ଧ ନେବାକୁ ଘୋଷଣା କରିବା ସହ ଆମେରିକ।।ର ବିଭିନ୍ନ ଦୂତାବାସ ଉପରେ ମଧ୍ୟ ଆକ୍ରମଣ କରିଥିଲା ।

Related posts

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୧୦୩ ମୃତ୍ୟୁ, ଭାରତରେ ୨,୧୫,୮୨୪ ଯାତ୍ରୀଙ୍କ ଥର୍ମଲ ସ୍କ୍ରିନିଂ

mahabharatanews

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡିରେ ରଖନ୍ତୁ ପିରାମିଡ

mahabharatanews

ମିଠା ମକା ପକୋଡ଼ି

mahabharatanews

Leave a Comment