ଓଡିଶା

ପାଟଣାଗଡ: ଦୁଇ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ପାଟଣାଗଡରେ ଶୁକ୍ରବାର ଦୁଇଟି ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସ୍ଥାନୀୟ ବେଲପଡା ବ୍ଲକ ମାଲିଝର ନାଳ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶ୍ରମିକ ଜଣକ ସ୍ଥାନୀୟ ଗାଁରୁ ଟ୍ରାକ୍ଟର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା । ତେବେ ମୃତ ଶ୍ରମିକଙ୍କର ପରିଚୟ ଜଣାପଡିନାହିଁ । ଅନ୍ୟପଟେ ବେଲପଡା ବ୍ଲକ ଫୁଡକୁପଡା ଗାଁରେ ଏକ ଦୁର୍ଘଟଣା ଘଟି ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଗାଁର ଜଗଦୀଶ ନାଏକ ପାଟଣାଗଡ ଅଭିମୁଖେ ଆଜି ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ତାଙ୍କ ବାଇକ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

Related posts

କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

mahabharatanews

କେନ୍ଦ୍ର ନିର୍ଦ୍ଦେଶ କ୍ରମେ ମାସ୍କ କିଣାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଗ୍ରାମବାସୀ

mahabharatanews