Uncategorized

ପାଲଘର ରାସାୟନ କାରଖାନା ବିସ୍ଫୋରଣ

(ମହାଭାରତ,ପାଲଘର): ମହାରାଷ୍ଟ୍ରର ପାଲଘର ରାସାୟନ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଜଣେ ୧୪ ବର୍ଷୀୟା ବାଳିକାର ମୃତ ଦେହ ଉଦ୍ଧାର ହେବା ପରେ ମୃତ୍ୟୁ ସଂଖ୍ୟା ଆଠକୁ ପହଁଚିଛି ଓ ୭ ଗୁରୁତର ଅଛନ୍ତି । ମଧ୍ୟାହ୍ନ ପ୍ରାୟ ୧.୨୫ ମିନିଟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଦଳ (ଏନଡିଆରଏଫ) ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଜଣେ ୧୪ ବର୍ଷର ଝିଅର ମୃତଦେହ ଉଦ୍ଧାର କରିଥିଲେ । ଆଜି ସକାଳୁ ଏହି ବିସ୍ଫୋରଣରେ ୭ ଜଣଙ୍କୁ ମୃତ ଘୋଷଣ କରାଯାଇଥିଲା । ଏହି ବିସ୍ଫୋରଣ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘେଷଣା କରିଥିଲେ ।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟା ସମୟରେ ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୈଶାରରେ ଥିବା ଏକ ରସାୟନ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

Related posts

ମୋଜାମ୍ବିକରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ

mahabharatanews

ଜେଡିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର

mahabharatanews

ବିଦେଶରୁ ଫେରି ଆଇସୋଲେସନରେ ରହିଲେ ସୁରେଶ ପ୍ରଭୂ

mahabharatanews