ଓଡିଶା

ପୋକଲିନ ମେସିନ ଜାଳିଦେଲେ ଦୁର୍ବୃତ୍ତ

(ମହାଭାରତ, ରାଉରକେଲା): ଓଡ଼ିଶା ସୀମାନ୍ତ ମନୋହରପୁର ଥାନା ଅନ୍ତର୍ଗତ ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମରେ ଏହି ପୋକଲିନ ନିୟୋଜିତ ହୋଇଥିଲା । ଗତକାଲି ରାତିରେ ତ୍ରୁଟି ଯୋଗୁଁ ଦାନାପାଲି ନିକଟରେ ଛିଡା ହୋଇଥିବା ବେଳେ ୨ଟି ମୋଟର ସାଇକେଲ ଏବଂ ଏକ ଗାଡିରେ କିଛି ଅଜଣା ଲୋକ ଆସି ପୋକଲିନକୁ ପୋଡି ଦେଇଥିଲେ । ତେବେ ଏହି ଘଟଣା ମାଓବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ମନୋହରପୁର ପୋଲିସ ଏହା ମାଓବାଦୀଙ୍କ କାମ ନୁହେଁ ବୋଲି କହିଛି । ଝାଡଖଣ୍ଡର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ବେଳେ ଏଭଳି ଏକ ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

Related posts

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ: ଆଜିବି କମ୍ପିପାରେ ବିଧାନସଭା !

mahabharatanews

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୭୩ ମୃତ୍ୟୁ, ମୃତ୍ୟୁସଂଖ୍ୟ ଛୁଇଁଲା ୫୬୪

mahabharatanews