ଓଡିଶା

ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ମକର ଚାଉଳ ଭୋଗ ଲାଗି

ଗୋପ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ମକର ସଂକ୍ରାନ୍ତିରେ ଚାଉଳ ଭୋଗ ଲାଗି କରାଯିବାର ପରମ୍ପରା ରହିଛି । ଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ଭାରରେ ଆସିଥିବା ନୂଆ ଅରୁଆ ·ଉଳ ଓ ବିଭିନ୍ନ ସାମଗ୍ରୀରେ ମକର ଭୋଗ ପ୍ରସ୍ତୁତି କରାଯାଇଥାଏ । ଦ୍ୱିପହର ଧୂପରେ ମନ୍ଦିର ବେଡାରେ ମକର, ଶାକର, ଦଧି ଓ ରୂପାପାତ୍ରରେ ନଳିପାନ ଏପରି ଭିନ୍ନ ଭିନ୍ନ ·ରିବେଡା ଅନୁଷ୍ଠିତ ହେବ । ପୂଜାପଣ୍ଡା ଓ ପାଳିଆପତି ସେବକ ବଳି ଆଟିକାରେ ମକର ·ଉଳ ପ୍ରଦାନ କରିବେ । ମକର ବେଡା ଅନ୍ତେ ଅପରାହ୍ନରେ ଠାକୁରଙ୍କୁ ମକର ·ଉଳ ଭୋଗ ନୈବେଦ୍ୟ କରାଯାଇଥିଲା । ବର୍ଷକୁ କିଛି ସମୟ ପାଇଁ ଠାକୁରଙ୍କୁ ·ଉଳ ଭୋଗ ଦେବା ସୁଯୋଗ ମିଳୁଥିବାରୁ ଆଖପାଖ ପଞ୍ଚୁକୋଷି ଅଞ୍ଚଳର ଭକ୍ତମାନଙ୍କର ଭିଡ ଏଠାରେ ପରିଲିକ୍ଷିତ ହୋଇଥାଏ । ନୂଆହାଣ୍ଡିରେ ନୂଆ ଅରୁଆ·ଉଳ, ଧନୁମୁଆଁ, ନଡିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଲବଣୀ, ଘିଅ, ଚିନି, ଗୁଡ, ଅଦା, କାଜୁ, ଖିସ୍ମିସ୍ , କର୍ପୁର, ଖଟାକମଳା, ଅଳେଇଚ, ଗୋଳମରିଚ ଓ ଫଳମୂଳ ଆଦି ମିଶ୍ରଣରେ ପ୍ରସ୍ତୁତ ମକର ·ଉଳ ଭୋଗ କରାଯାଇଥାଏ । ବର୍ଷରେ ଥରେ ଏହି ଭୋଗ ଲାଗି ହେଉଥିବାରୁ ଏହି ଭୋଗ ପାଇବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ନାହିଁ ନଥିବା ଗହଳି ପରିଲକ୍ଷିତ ହୋଇଥାଏ ।

Related posts

ରାଜ୍ୟର ସରକାରୀ ଅଫିସ ଚାଲିବ ୫୦ ପ୍ରତିଶତ କର୍ମଚାରୀରେ

mahabharatanews

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

mahabharatanews

Leave a Comment