(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଏକ ଅଘଟଣ ଘଟିଛି । ଏହି ବ୍ଲକ ଅନ୍ତର୍ଗତ ବୁଡୁଣି ଓ ଚାଟିକଣା ଗାଁ ମଝିରେ ଥିବା ଏକ ପୋଲ ନିକଟରେ ବଜୁରୀ ଅନଲୋଡ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଟିପର୍ ଜଳି ଯାଇଛି । ଫଳରେ ଏଥିରେ ଥିବା ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି । ଗତ ମଙ୍ଗଳବାର ସକାଳ ୭ଟା ସମୟରେ ନାରିଙ୍ଗତୋଳା ଠାରୁ ଲାଖପଦର ପର୍ଯ୍ୟନ୍ତ ଥିବା ରାସ୍ତା କାମ ପାଇଁ ଟିପରଟି ବଜୁରୀ ଆଣି ଅନଲୋଡ କରୁଥିଲା । ଏହି ସମୟରେ ଏାହର ଠିକ ଉପରେ ଯାଇଥିବା ଏକ ୧୧ ହଜାର ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଟିପର ଡ୍ରାଇଭର ଓ ହେଲପର ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି
previous post
next post