Uncategorized

ବହିଷ୍କୃତ ନେତାଙ୍କୁ ନେଇ ଦଳ ଗଢିବେ ଅଲତାଫ

(ମହାଭାରତ, ଶ୍ରୀନଗର): ଜମ୍ୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ପିଡିପି (ପିପୁଲସ ଡେମୋକ୍ରେଟିକ ପାର୍ଟି) ନେତା ଅଲତାଫ ବୁଖାରୀ ଦଳରୁ ବହିଷ୍କୃତ ହୋଇଥିବା ନେତାମାନଙ୍କୁ ନେଇ ନୂତନ ଦଳ ଗଢିବାକୁ ଅଣ୍ଟା ଭିଡିଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ହେବା ପରେ ସେ ଏଭଳି ଏକ ଦଳ ଗଢିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀନଗର ଠାରେ ଅଲତାଫଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ନୂତନ ଦଳର ନାମ କିଛି ଦିନ ମଧ୍ୟରେ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏହି ଦଳ ଜମ୍ମୁ-କାଶ୍ମୀରରବାସୀଙ୍କ ସ୍ୱାର୍ଥ ସାଧନ କରିବା ଦିଗରେ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ବିଭିନ୍ନ ଦଳର ବହିଷ୍କୃତ ନେତାଙ୍କ ସମେତ ଯୁବକ, ଓକିଲ ଓ ସାମାଜିକ କର୍ମୀମାନେ ଏହି ଦଳରେ ସାମିଲ ହେବେ । ନୂଆ ଦଳର ସମ୍ବିଧାନ ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କରାଯାଇଛି ବୋଲି ଅଲତାଫ କହିଛନ୍ତି । ଗତମାସରେ ପିଡିପି ନେତା ଅଲତାଫ ଓ ତାଙ୍କର ସହଯୋଗୀମାନେ ଏଠାକୁ ଆସିଥିବା ବିଦେଶୀ ପ୍ରତିନିଧିମାନଙ୍କୁ ସାକ୍ଷାତ କରିଥିଲେ । ଘାଟିରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ହେବା ପରେ କୌଣସି ଜନଜୀବନ କ୍ଷତି ହୋଇନଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ଏହି ଘଟଣା ପରେ ତାଙ୍କୁ ପିଡିପିରୁ ବହିଷ୍କାର କରାଯାଇଥିଲା । ସୂଚନାଯୋଗ୍ୟ, ଜାନୁଆରୀ ୯ରେ ପିଡିପି ୮ ଜଣ ଦଳୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ବହିଷ୍କାର କରିଥିଲା । ଏବେ ଏହି ସବୁ ନେତା ଅଲତାଫଙ୍କ ନେତୃତ୍ୱରେ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Related posts

ଏସବୁ ଦେଶରେ ବିନା ପୋଷାକରେ ବୁଲିପାରିବେ ମହିଳା

mahabharatanews

ୟୁକ୍ରେନ ବିମାନ ଦୁର୍ଘଟଣା ଅନ୍ତର୍ଜାତୀୟ କାର୍ଯ୍ୟ ନୁହେଁ: ମୋରିସନ

mahabharatanews

ହିନ୍ଦୁ ପରିବାରରେ ମୁସଲମାନ ହୋଇଛନ୍ତି ଅତିଥି

mahabharatanews

Leave a Comment