ଓଡିଶା

ବିଜିଗୋଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

(ମହାଭାରତ, କଣିହାଁ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ଗୁରୁବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ବିଜିଗୋଳ ପଞ୍ଚାୟତ ସରପଞ୍ଚ ଦୁଃଶାସନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗୁରୁଙ୍କ ଆଶିର୍ବାଦ ଥିଲେ ପିଲାମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳେ ବୋଲି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ତଥା ଶିକ୍ଷାବିତ ନୀଳମଣି ପ୍ରଧାନ ଯୋଗ ଦେଇଥିଲେ । ଶିକ୍ଷାକେନ୍ଦ୍ରର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ପଦ୍ମଚରଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦେଶରେ ଗୁରୁଶିଷ୍ୟ ସମ୍ପର୍କକୁ ନେଇ ଚଳି ଆସୁଥିବା ପୁରାତନ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷାକେନ୍ଦ୍ରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଶିକ୍ଷାକେନ୍ଦ୍ରର ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା କମିଟି ସଦସ୍ୟ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

mahabharatanews

ଖଣି ମନ୍ତ୍ରଣାଳୟ ସଂସଦୀୟ କମିଟିରେ ସ୍ଥାନ ପାଇଲେ ସସ୍ମିତ

mahabharatanews

ରାଜ୍ୟ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା, ଆଜି ୨୨୫ ଚିହ୍ନଟ

mahabharatanews

Leave a Comment