(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ପଦ୍ମଗିରି ସେବାଶ୍ରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ବଇଲାପାରି ଗାଁ ଶିବ ମାଡକାମି ନାମକ ଜଣେ ଆଦିବାସୀ ପିଲା ସେବାଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ । କିନ୍ତୁ ଗତ କିଛି ଦିନ ଧରି ଜ୍ୱରରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଆସିଥିଲେ । କିନ୍ତୁ ବିଦ୍ୟାଳୟରେ ରହି ସେ ଚିକିତ୍ସିତ ହେଉଥିବା କାରଣ ଦର୍ଶାଇ ଶିକ୍ଷକ ତାଙ୍କୁ ଛୁଟି ଦେଇ ନଥିଲେ । ପରେ ଛାତ୍ରଙ୍କ ଦେହ ଅଧିକ ଖରାପ ହେବା ପରେ ଶିକ୍ଷକମାନେ ତାଙ୍କୁ ପଦ୍ମଗିରି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ଉକ୍ତ ତାଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ଛାତ୍ର ଜଣକଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ବିଦ୍ୟାଳୟର ଶିକ୍ଷକଙ୍କ ଅବହେଳା ପାଇଁ ଏଭଳି କାଣ୍ଡ ଘଟିଥିବା ଗାଁ ଲୋକେ ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
previous post
next post