ନୂଆଦିଲ୍ଲୀ: ୨୦୨୦ଆରମ୍ଭରୁ ଆମେରିକା ଓ ଇରାନ ତିକ୍ତତା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଭାରତରେ ସରକାର ବିରୋଧୀ ପ୍ରଦର୍ଶନ ଚରମ ସୀମାରେ ପହଞ୍ôଚଛି । ଏହି ବର୍ଷରେ ଭାରତରେ ରାଜନୈତିକ ଅସ୍ଥିରତା ଦେଖା ଯିବ । ମୋଦିଙ୍କ ନେତୃତ୍ୱରେ ଭାରତ ଦୁନିଆରେ ପଞ୍ଚମ ବଡ ଭୂରାଜନୈତିକ ସମସ୍ୟାର ତାଲିକାରେ ସାମିଲ ହୋଇଛି, ଯେଉଁଥିରେ ଦେଶରେ ସାମ୍ପ୍ରଦାୟିକ ଅଜେଣ୍ଡା, ଅର୍ଥବ୍ୟବସ୍ଥାରେ ହ୍ରାସକୁ ଆଧାର କରାଯାଇଛି । ଏପରି ରିପୋର୍ଟ ଦେଇଛି ଆମେରିକାର ୟୁରୋସିଆ ଗ୍ରୁପ । ଏହି ଗ୍ରୁପ ପ୍ରତିବର୍ଷ ଏପରି ଭବିଷ୍ୟ ଆକଳନ କରିଥାଏ । ଏହା ଆମେରିକାର ଏକ ପ୍ରଭାବଶାଳୀ ସଂକଟ ଆକଳନ କମ୍ପାନୀ । ଭାରତକୁ ନେଇ କମ୍ପାନୀ କହିଛି, ୨୦୨୦ରେ ଦେଶ ଆର୍ଥିକ ଦୁରାବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସାମାଜିକ ମୁଦ୍ଦାକୁ ନେଇ ପ୍ରସ୍ତୁତ କରିଛନ୍ତି ।ଏହା ଉଭୟ ବିଦେଶ ନୀତି ଓ ଆଥିକ ନୀତି ଉପରେ ଖରପ ପ୍ରଭାବ ପକାଇବ । ଏଜେନ୍ସି ରିପୋର୍ଟରେ ଉଲ୍ଲେଖ କରିଛି, ମୋଦି ସରକାର ବିଗତ ଦିନରେ ଜାମ୍ମା କାଶ୍ମୀରରୁ ସ୍ୱତନ୍ତ୍ର ରାଷ୍ଟ୍ର ପାହ୍ୟା ହଟାଇଲା, ଉତ୍ତର ପୂର୍ବରେ ଅନୁପ୍ରବେଶ କ୍ଷେତ୍ରରେ କଠୋରତା ଅବଲମ୍ବଲ କଲା, ଧର୍ମ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦେଲା ଓ ଏସବୁ ପଛରେ ଗୃହମନ୍ତ୍ରୀ ଅମିତ ସହାଙ୍କ ହାତ ଥିଲା ।
ରିପୋର୍ଟରୁ ଅନୁମାନ କରାଯାଉଛି କି, ଆଗାମୀ ଦିନରେ ଦେଶରେ ଧାର୍ମିକ ମାମଲାରେ ରାଜନୈତିକ ଉଷ୍ମତା ଦେଖାଦେବ । ଏହା ବ୍ୟତୀତ ଜାମ୍ମୁ କାଶ୍ମୀର, ଆର୍ଥିକ
ମୋର୍ଚ୍ଚା ଉପରେ ସରକାର ସମ୍ମୁଖରେ ଚ୍ୟାଲେଞ୍ଜ ଆସିବ । ଏହାର ପ୍ରଭାବ ମଧ୍ୟ ସାରା ଦୁନିଆ ଉପରେ ପଡିବ ଓ ବିଦେଶ ନୀତିରେ ପତନ ଘଟିବ । ଏହି ରିପୋର୍ଟରେ ଆରଏସଏସ ଓ ହିନ୍ଦୁ ରାଷ୍ଟ୍ରକୁ ନେଇ ମଧ୍ୟ କୁହାଯାଇଛି ।