Uncategorized

ବିଶ୍ୱର ୫ ଭୂ-ରାଜନୈତିକ ଚ୍ୟାଲେଞ୍ଜରେ ଭାରତ

ନୂଆଦିଲ୍ଲୀ: ୨୦୨୦ଆରମ୍ଭରୁ ଆମେରିକା ଓ ଇରାନ ତିକ୍ତତା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଭାରତରେ ସରକାର ବିରୋଧୀ ପ୍ରଦର୍ଶନ ଚରମ ସୀମାରେ ପହଞ୍ôଚଛି । ଏହି ବର୍ଷରେ ଭାରତରେ ରାଜନୈତିକ ଅସ୍ଥିରତା ଦେଖା ଯିବ । ମୋଦିଙ୍କ ନେତୃତ୍ୱରେ ଭାରତ ଦୁନିଆରେ ପଞ୍ଚମ ବଡ ଭୂରାଜନୈତିକ ସମସ୍ୟାର ତାଲିକାରେ ସାମିଲ ହୋଇଛି, ଯେଉଁଥିରେ ଦେଶରେ ସାମ୍ପ୍ରଦାୟିକ ଅଜେଣ୍ଡା, ଅର୍ଥବ୍ୟବସ୍ଥାରେ ହ୍ରାସକୁ ଆଧାର କରାଯାଇଛି । ଏପରି ରିପୋର୍ଟ ଦେଇଛି ଆମେରିକାର ୟୁରୋସିଆ ଗ୍ରୁପ । ଏହି ଗ୍ରୁପ ପ୍ରତିବର୍ଷ ଏପରି ଭବିଷ୍ୟ ଆକଳନ କରିଥାଏ । ଏହା ଆମେରିକାର ଏକ ପ୍ରଭାବଶାଳୀ ସଂକଟ ଆକଳନ କମ୍ପାନୀ । ଭାରତକୁ ନେଇ କମ୍ପାନୀ କହିଛି, ୨୦୨୦ରେ ଦେଶ ଆର୍ଥିକ ଦୁରାବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସାମାଜିକ ମୁଦ୍ଦାକୁ ନେଇ ପ୍ରସ୍ତୁତ କରିଛନ୍ତି ।ଏହା ଉଭୟ ବିଦେଶ ନୀତି ଓ ଆଥିକ ନୀତି ଉପରେ ଖରପ ପ୍ରଭାବ ପକାଇବ । ଏଜେନ୍ସି ରିପୋର୍ଟରେ ଉଲ୍ଲେଖ କରିଛି, ମୋଦି ସରକାର ବିଗତ ଦିନରେ ଜାମ୍ମା କାଶ୍ମୀରରୁ ସ୍ୱତନ୍ତ୍ର ରାଷ୍ଟ୍ର ପାହ୍ୟା ହଟାଇଲା, ଉତ୍ତର ପୂର୍ବରେ ଅନୁପ୍ରବେଶ କ୍ଷେତ୍ରରେ କଠୋରତା ଅବଲମ୍ବଲ କଲା, ଧର୍ମ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦେଲା ଓ ଏସବୁ ପଛରେ ଗୃହମନ୍ତ୍ରୀ ଅମିତ ସହାଙ୍କ ହାତ ଥିଲା ।

ରିପୋର୍ଟରୁ ଅନୁମାନ କରାଯାଉଛି କି, ଆଗାମୀ ଦିନରେ ଦେଶରେ ଧାର୍ମିକ ମାମଲାରେ ରାଜନୈତିକ ଉଷ୍ମତା ଦେଖାଦେବ । ଏହା ବ୍ୟତୀତ ଜାମ୍ମୁ କାଶ୍ମୀର, ଆର୍ଥିକ

ମୋର୍ଚ୍ଚା ଉପରେ ସରକାର ସମ୍ମୁଖରେ ଚ୍ୟାଲେଞ୍ଜ ଆସିବ । ଏହାର ପ୍ରଭାବ ମଧ୍ୟ ସାରା ଦୁନିଆ ଉପରେ ପଡିବ ଓ ବିଦେଶ ନୀତିରେ ପତନ ଘଟିବ । ଏହି ରିପୋର୍ଟରେ ଆରଏସଏସ ଓ ହିନ୍ଦୁ ରାଷ୍ଟ୍ରକୁ ନେଇ ମଧ୍ୟ କୁହାଯାଇଛି ।

Related posts

ଦେଶରେ ଦିନକରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆଲୁ ଅର୍ଜୁନ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି

mahabharatanews

କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୮ ମୃତ

mahabharatanews