ଓଡିଶା

ବୁଡ ପକାଇବାକୁ ଯାଇ ନଦୀରେ ବୁଡିଗଲା ଶିଶୁ

(ମହାଭାରତ, ପାଟଣା): କେଉଁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଥାନା ମୁଣ୍ଡା ସାହିରେ ମକର ସଂକ୍ରାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ମୁଣ୍ଡା ସାହିର ଜଣେ ୬ ବର୍ଷର ଶିଶୁର ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ସେହି ଗାଁର ବାସିନ୍ଦା ରାମ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁସାରେ, ଓମ ବୁଧବାର ମକର ସଂକ୍ରାନ୍ତି ଅବସରରେ ଅପରାହ୍ନରେ ନିଜ ପରିବାର ସହ ବୈତରଣୀ ନଦୀର ଉଦୟପୁର ଘାଟକୁ ବୁଡ ପକାଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ହଠାତ ପାଣିରେ ବୁଡିଯାଇଥିଲେ । ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ଉଦ୍ଧାର କରିବା ପରେ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ପାଟଣା ଠାରେ ଶିଶୁଙ୍କର ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ଏନେଇ ପାଟଣା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Related posts

ତିନି ଦିନରେ ପହଁଚିଲା ହିଂଜିଳି ପୋଲିସର ଯାଞ୍ଚ

mahabharatanews

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ସ୍ନାନପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭ

mahabharatanews