ଓଡିଶା

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ହାଟବାଦଡା ପଞ୍ଚାୟତରେ ଏକ ଅଘଟଣ ଘଟିଛି । ପଞ୍ଚାୟତ ଅଫିସ ପାଖରେ ଥିବା ଏକ ଘର ଭିତରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ଶିବାନୀ କାରୁଆ । ତାଙ୍କର ୨ ମାସର ଏକ ସନ୍ତାନ ଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖରେ ମହିଳାଙ୍କ ପରିବାର ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ । ସନ୍ଧ୍ୟାରେ ଫେରି ଘରର କବାଟ ଭିତରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ବହୁତ ଡାକିବା ପରେ କବାଟ ନ ଖୋଲିବାରୁ ପରିବାର ଲୋକେ ଝରକା ଭାଙ୍ଗି ଦେଇଥିଲେ । ଏହି ସମୟରେ ଘର ଆଜବେଷ୍ଟସରେ ନାଲି ରଙ୍ଗର ଶାଢୀରେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ସେମାନେ ଦେଖିବାକୁ ପାଇଥିଲେ । ପରିବାର ଲୋକେ ସେଠାରୁ ଫେରି ଝିଅ ବାପ ଘରକୁ ଖବର ଦେଇଥିଲେ । ପରେ ଏନେଇ ହାଟବାଦଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହାକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଯାଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

mahabharatanews

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

Leave a Comment