Uncategorized

ମାଟ୍ରିକ ହବ୍ ସେଣ୍ଟରରେ ଅଗ୍ନିକାଣ୍ଡ

(ମହାଭାରତ, ନୀଳଗିରି): ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ କୈଳାସ ଚନ୍ଦ୍ର ହାଇସ୍କୁଲରେ ଗତ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ସ୍କୁଲଟିକୁ ମାଟ୍ରିକ ପରୀକ୍ଷା ପାଇଁ ହବ୍ ସେଣ୍ଟର କରାଯାଇଛି । ସ୍କୁଲରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ ଉଦବେଗ ପ୍ରକାଶ ପାଇଥିଲା । ତେବେ ପରୀକ୍ଷା କେନ୍ଦ୍ରରେ ରଖାଯାଇଥିବା ପ୍ରଶ୍ନପତ୍ରଗୁଡିକର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁଁ ଏକ କମ୍ପ୍ୟୁଟର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଥିବା ଜଣାଯାଇଛି । ସେଣ୍ଟରର ସୁରକ୍ଷା ଦାୟିତ୍ୱରେ ପୋଲିସ ଓ ସ୍କୁଲ ଷ୍ଟାଫ ମୁତୟନ ହୋଇଥିବା ବେଳେ ନିଆଁ କିପରି ଲାଗିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଗତ ଗୁୁରୁବାର କୈଳାଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହବ୍ ସେଣ୍ଟରରେ ନୀଳଗିରି ବ୍ଲକର ସମସ୍ତ ସ୍କୁଲ ଓ ଔପଦା ବ୍ଲକର କେତେକ ସ୍କୁଲ ପାଇଁ ପରୀକ୍ଷା ପ୍ରଶ୍ନପତ୍ର ରଖାଯାଇଥିଲା । ଏଭଳିକି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ତେବେ ରାତି ପ୍ରାୟ ସାଢେ ୧୦ଟାରେ ପ୍ରଶ୍ନପତ୍ର ରହିଥିବା କକ୍ଷର ପାଖରେ ଥିବା ଏକ ରୁମ୍ରୁ ପ୍ରବଳ ଧୁଆଁ ବାହାରୁଥିବା ବାହାରକୁ ଦେଖି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯିବାରୁ ମାଟ୍ରିକ ପରୀକ୍ଷା ପାଇଁ ରହିଥିବା ପ୍ରଶ୍ନପତ୍ରଗୁଡିକର କୌଣସି କ୍ଷତି ହୋଇନଥିଲା । କିନ୍ତୁ ନିଆଁ ଲାଗି ଏକ ପରୀକ୍ଷା କେନ୍ଦ୍ରର ଏକ କମ୍ପ୍ୟୂଟର ଓ ପ୍ରିନ୍ଟର ଜଳିଯାଇଛି । ପରେ ଘଟଣାସ୍ଥଳରେ ନୀଳଗିରି ପୋଲିସ ସମେତ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପହଞ୍ଚିଥିଲେ । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପ୍ରଶ୍ନପତ୍ର ସୁôରକ୍ଷିତ ଥିବା ଡିଇଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Related posts

ରିଚାର୍ଡ ଡକିନ୍ସ ୨୦୨୦ ବିଜୟୀ ଜାଭେଦ ଅଖତରଙ୍କୁ ଆଶୁତୋଷ ଗ୍ୱାରିକରଙ୍କ ଶୁଭେଚ୍ଛା

mahabharatanews

ନୂତନ ସିଆଇସି ଭାବେ ବିମଲ ଜୁଲକା ନିଯୁକ୍ତ

mahabharatanews

ତ୍ୱଚାକୁ ଚମକାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

mahabharatanews

Leave a Comment