ଓଡିଶା

ରାଇରଙ୍ଗପୁର: ପୁଲୱାମା ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ରାଇରଙ୍ଗପୁର: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ସେହି ମହାନ ସହିଦଙ୍କ ସମ୍ମାନାର୍ଥେ ରାଇରଙ୍ଗପୁର ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ ସେନା ଏବଂ ଅଗ୍ରଣୀ ମହିଳା ଅନୁଷ୍ଠାନ ଫମା ବୈଷ୍ଣବୀ ଦେବୀ ମହିଳା ସମିତି ଆନୁକୂଲ୍ୟରେ ଏକ ବିଶାଳ କେଣ୍ଡେଲ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରିଥିଲା । ପରେ ବିଜୁପଟ୍ଟନାୟକ ଛକ ପାଖରେ କ୍ୟାଣ୍ଡେଲ ଜଳାଇ ଦିବଂଗତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜିର ଦିନଟିକୁ ଯୁବକ/ଯବତୀ ଭାଲେଣ୍ଟାଇନ ଡେ ରୂପେ ପାଳୁଥିବା ବେଳେ ବଜରଙ୍ଗ ସେନା ଏବଂ ମହିଳା ସମିତି ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବାରୁ ସେମାନଙ୍କ ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related posts

ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ 

mahabharatanews

ରାଜ୍ୟରେ ୧୭ ଯାଏ ବର୍ଷା ସମ୍ଭାବନା 

mahabharatanews

କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା

mahabharatanews