ନୂଆଦିଲ୍ଲୀ: ଆଜି ଲୋକସଭାର ପ୍ରଶ୍ନକାଳରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମଳିଥିଲା । ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରହୁଲ ଗାନ୍ଧୀ ଓ କଂଗ୍ରେସ ନେତାଙ୍କ ବୟାନକୁ ନେଇ ଆଲୋଚନା କରିବା ସମୟରେ ଏହି ହଟ୍ଟଗୋଳ ହୋଇଥିଲା । ଏହି ପ୍ରସଙ୍ଗରେ ସଂସଦ ଗୋଟିଏ ଥର ସ୍ଥଗିତ ରହିବା ପରେ ପୁନର୍ବାର ଆରମ୍ଭ ହେବା ପରେ ପୁଣି ୨ଟାରେ ଗୃହ ସ୍ତଗିତ କରାଗଲ।। । ପ୍ରଶ୍ନକାଳ ସମୟରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ଚିକିତ୍ସା ମହାବିଦ୍ୟାଳୟ ସମ୍ବନ୍ଧିତ ପ୍ରଶ୍ନ କରିବାକୁ କହିଥିଲେ । ତେବେ ହର୍ଷବର୍ଦ୍ଧନ ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଟିପ୍ପଣୀକୁ ନେଇ ବୟାନ ଦେବାକୁ ଯାଇ କହିଥିଲେ, ସେ ଏପରି ବୟାନକୁ ସ୍ପଷ୍ଟ ଶବ୍ଦରେ ନିନ୍ଦା କରୁଛନ୍ତି । ଏହା ପରେ କଂଗ୍ରେସ ସଦସ୍ୟମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ଓ କଂଗ୍ରେସ ସଦସ୍ୟ ମଣିକମ ଟେଗୋର ଶାସକ ଦଳର ପ୍ରଧମ ଧାଡି ପର୍ଯ୍ୟନ୍ତ ଚାଲି ଯାଇଥିଲେ । ଦ୍ୱିତୀୟ ଧାଡିରେ ଉତ୍ତର ଦେଉଥିବା ହର୍ଷବର୍ଦ୍ଧନଙ୍କ ପାଖରେ ତାଙ୍କୁ ହାତ ଦେଖାଇଥିଲେ । ଏହା ପରେ ଅଧ୍ୟକ୍ଷ ଓମ ବିର୍ଲାଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ଉତ୍ତର ପାଠ କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଜୋରଦାର ପାଟି ହେ।।ଇଥିଲା । ଏହାକୁ ଦେଖି ମଧ୍ୟପ୍ରଦେଶ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ସେଠାକୁ ଯାଇ ଟେଗୋରଙ୍କୁ ଧରି ପଛକୁ ନେଇ ଯାଇଥିଲେ । ଏହାକୁ ଅଟକାଇବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଅନେକ ମନ୍ତ୍ରୀ ଓ ବିଜେପି ସଦସ୍ୟ ସେଠାରେ ପହଞ୍ଚିଥିଲେ ।