Uncategorized

ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଭାରତବାସୀ ପ୍ରତିଜ୍ଞାବଦ୍ଧ: ମୋଦି

ନୂଆଦିଲ୍ଲୀ: ସାରା ଦେଶ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ ଚଳାଉଛି ଓ ଏକାଧିକ ଆହ୍ବାନର ମୁକାବିଲା କରୁଛି । ଏପରି ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଦେଶର ସମସ୍ତ ନାଗରିକ ପ୍ରତିଜ୍ଞାବଦ୍ଧ । ଆମେ ଏହି ସଙ୍କଟକୁ ଦେଶର ପ୍ରମୁଖ ପରିବର୍ତ୍ତନର ପ୍ରବର୍ତ୍ତକ କରିବା ବୋଲି ଆଜି ‘ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ’ର (ଆଇସିସି) ୯୫ତମ ବାର୍ଷିକ ପୂର୍ଣ୍ଣ ଅଧିବେଶନରେ ଉଦ୍‌ଘାଟନୀ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସମେତ ସମଗ୍ର ବିଶ୍ବ ‌କୋଭିଡ୍-୧୯ ସହ ଲଢୁଛି। ଏହି ସଙ୍କଟପୂର୍ଣ୍ଣ ସମୟ‌ରେ ବହୁ ପ୍ରତିକୂଳ ପରିସ୍ଥିତି ଦେଖାଦେଉଛି। ଗତ କେତେ ମାସ‌ ହେବ ଦେଶର କିଛି ଅଂଶ ପଙ୍ଗପାଳ ଆକ୍ରମଣ, ଭୂମିକମ୍ପ ଓ ବାତ୍ୟା ପରି ପରିସ୍ଥିତିର ସମ୍ମୁଖୀନ ହୋଇଛି। କରୋନାଭାଇରସ୍ ସଙ୍କଟ କାଳରେ ଦେଶ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ଆହ୍ବାନକୁ ସହ୍ୟ କରିବାକୁ ଆମେ ଏକଜୁଟ ହୋଇଛନ୍ତି। ଅର୍ଥାତ୍ କେବଳ ଆମର ଦୃଢ଼ ନିଷ୍ପତ୍ତି ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ।

Related posts

ସଡକ ସୁରକ୍ଷା: କାରର ଆଗ ସିଟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ ହେବ

mahabharatanews

କିଡନୀ ଷ୍ଟୋନ ସମସ୍ୟା ଦୂର କରେ ମେହେନ୍ଦୀ ପତ୍ର

mahabharatanews

କରୋନା ଭାଇରସ ଲାବରୁ ସୃଷ୍ଟି ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

mahabharatanews