ଓଡିଶା

ସମସ୍ୟା ଘେରରେ ମାଳିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ପଞ୍ଚାୟତ ସମିତି ଅନ୍ତର୍ଗତ ମାଳିପୁଟ ପଞ୍ଚାୟତ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଉନାହିଁ । ଫଳରେ ବାଧ୍ୟ ହୋଇ ଛାତ୍ର ଛାତ୍ରୀ ସମସ୍ୟା ଘେରରେ ବିଦ୍ୟା ଅର୍ଜନ କରୁଥିବା ଦେଖିବାକୁ ମିଳୁଅଛି । ଏହି ବିଦ୍ୟାଳୟଟି ୧୯୫୦ ମସିହାରେ ସ୍ଥାପିତ ହୋଇଥିଲା । ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୬୨ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ସେମାନଙ୍କ ନିମନ୍ତେ ମାତ୍ର ·ରୋଟି ଶ୍ରେଣୀଗୃହ ରହିଅଛି । ଏଣୁ ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଶ୍ରେଣୀ ଗୃହ ଠାରେ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଗୋଟିଏ ଶ୍ରେଣୀ ଗୃହରେ, ଷଷ୍ଠ ଶ୍ରେଣୀ ଗୋଟିଏ ଶ୍ରେଣୀ ଗୃହରେ ଏବଂ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି । ବିଦ୍ୟାଳୟକୁ ଘେରୀ ପାଚେରୀ ରହିଥିବା ବେଳେ ପାଚେରୀର ଉଚ୍ଚତା କମ ରହିଥିବା ଯୋଗୁଁ ଗ୍ରାମର କିଛି ଅସାମଜିକ ଲୋକେ ମଦପିଇ ବୋତଲ ଭିତରେ ଫିଙ୍ଗୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଅଛନ୍ତି । ବିଦ୍ୟାଳୟରେ ଏକ ନଳକୂପ ରହିଥିବା ବେଳ ଉକ୍ତ ନଳକୂପ ପାଣିସହ ଲୌହ ଅଂଶ ମିଶି ବାହାରୁଥିବା ଯୋଗୁଂ ଉକ୍ତ ପାଣି ବ୍ୟବହାର ଉପଯୋଗୀ ହୋଇପାରୁନି । ଫଳରେ ପାନୀୟ ଜଳ ନିମନ୍ତେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଦ୍ୟାଳୟରେ ଶୌ·ଳୟ ରହିଥିବା ବେଳେ ଦୀର୍ଘ ଦିନ ପୂର୍ବେ ଟାଙ୍କି ପୋତି ହୋଇଯିବା ଯୋଗୁଁ ତାହା ବ୍ୟବହାର ହୋଇପାରୁନାହିଁ । ତେଣୁ ବିଦ୍ୟାଳୟର ଛାତ୍ରୀ ଛାତ୍ର ଲଜ୍ୟା ଛାଡି ପଡିଆକୁ ଯାଇ ଶୌଚ କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ବିଦ୍ୟାଳୟରେ ପୂର୍ବରୁ ମୋଟ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ବଦଳି କରାଯିବାକୁ ଏବେ ମୋଟ ୫ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡେପୁଟେସନରେ ଏଠାରେ କାର୍ଯ୍ୟରତ ରହିଥିବାନେଇ ଜଣାପଡିଅଛି । ଏଣୁ ନୂତନଭାବେ ଆଉ ·ରୋଟି ଶ୍ରେଣୀଗୃହ ନିର୍ମାଣ ନଳକୂପଟିକୁ ସଫା କରିବା, ଶୌ·ଳୟରେ ନୂତନ ଟାଙ୍କି ନିର୍ମାଣ, ନୂତନ ଭାବେ ଦୁଇ ଗୋଟି ସ୍ଥାୟୀ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଗ୍ରାମବାସୀ ଦାବି ଜଣାଇଛନ୍ତି । ଉକ୍ତ ଅବ୍ୟବସ୍ଥା ନେଇ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ତଥା ଶିକ୍ଷା ଅଧିକାରୀଙ୍କୁ ଗୁହାରି ଜଣାଇଥିବା ସତ୍ୱେ କୌଣସି ସୁଫଳ ମିଳୁନଥିବାନେଇ ଅଭିଯୋଗ ହେଉଛି । ଏନେଇ ପଟାଙ୍ଗୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନାଲିସା ଦେବତାଙ୍କୁ ପ·ରିବାରୁ ଉକ୍ତ ଅବ୍ୟବସ୍ଥା ନେଇ ଅବଗତ ହେଲାପରେ ଉକ୍ତ ବିଦ୍ୟାଳୟର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଆଗାମୀ ଆକ୍ସନ ପ୍ଲାନରେ ଏହାର ଉନ୍ନତି ନିମନ୍ତେ ଧ୍ୟାନ ଦେବା ନିମନ୍ତେ ସୂଚନା ଦିଆଯାଇଥିବା ନେଇ କହିଅଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ ଛୁଟିରେ ରହିଥିବା ବେଳେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡନାୟକଙ୍କୁ ବାରମ୍ବାର ଫୋନ ଯୋଗେ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଉତ୍ତର ଦେଉନାହାନ୍ତି ।

Related posts

ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

mahabharatanews

ବଜ୍ରକ୍ଷଘାତରେ ମୃତ୍ୟୁ ହୋଇଥିବା ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ

mahabharatanews

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

mahabharatanews

Leave a Comment