ଓଡିଶା

ସ୍ତ୍ରୀ ଫୋନ ନ ଉଠାଇବାରୁ ଦେହରେ ନିଆଁ ଲଗାଇଲେ ସ୍ୱାମୀ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପତ୍ନୀ ଫୋନ ନ ଉଠାଇବାରୁ ସ୍ୱାମୀ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ନିଆଁ ଲଗାଇଥିବା ସ୍ୱାମୀ ନୀଳଗିରି ଅଞ୍ଚଳର ଗୋପାଳ ସିଂ ବୋଲି ଜାଣିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ, କୌଣସି କାରଣରୁ ଗୋପାଳଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା । ଫଳରେ ୨-୩ ଦିନ ପୂର୍ବେ ତାଙ୍କ ସ୍ତ୍ରୀ ଶାଶୂ ଘର ଛାଡି ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ । ତେବେ ଶନିବାର ଦିନ ଗୋପାଳ ଯେତେବେଳେ ସ୍ତ୍ରୀଙ୍କୁ ଫୋନ କରିଥିଲେ । ସେ ଫୋନ ଉଠାଇ ନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋପାଳ ଘରର କବାଟ ବନ୍ଦ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସେ ଜୋରରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗୋପାଳଙ୍କୁ ପ୍ରଥମେ ନୀଳଗିରିରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related posts

ସନ୍ଧ୍ୟା ୬ଟାରୁ ୧୦.୦୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ

mahabharatanews

ଗୋଟିଏ ଦିନରେ ୪୦ ହଜାରରୁ ଅଧିକ କୋଭିଡ ଟେଷ୍ଟ

mahabharatanews

ବିଏମ୍ସି ଟିମ୍ ନେତୃତ୍ୱରେ କରାଯାଇଥିବା ସଫେଇ ଅଭିଯାନରେ ସାମିଲ ହେଲେ ମେୟର ସୁଲୋଚନା

mahabharatanews

Leave a Comment