ସିଆଚିନ: ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନି ଗୁରୁବାର ଦିନ ତାଙ୍କ ପ୍ରଥମ ସିଆଚିନ ଗସ୍ତ କରିଛନ୍ତି । ଏହି ଅବସରରେ ସେ ସେଠାରେ ଥିବା ଯୁଦ୍ଧ ସ୍ମାରକୀରେ ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସିଆଚିନରେ ନିୟୋଜିତ ସୈନିକଙ୍କ ସହ ନରୱାନି ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ।
ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ନରୱାନି ସିଆଚିନ ଗସ୍ତ କରି ସେଠାରେ ନିୟୋଜିତ ସୈନିକମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ନରୱାନି କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହର ପାଣିପାଗ ଭଲ ନାହିଁ । କିନ୍ତୁ ମୁୃଁ ଖୁସି କି ଏହା ମୋର ପ୍ରଥମ ଗସ୍ତ ସ୍ଥଳ ସେନା ଭାବେ । ଆମେ ଜାଣିଛୁ, ଏଠାରେ ନିୟୋଜି ପ୍ରତ୍ୟେକଙ୍କୁ ଗମ୍ଭୀର, ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାମ କରିବାକୁ ହୋଇଥାଏ । ଏହା ସତ୍ତେ୍ୱ ଆମେ ଏଠାରେ ଆମର ସର୍ବୋତ୍ତମ ସେବା ଯୋଗଇଥାଉ । ସୈନିକଙ୍କ ପୋଷାକ, ଖାଦ୍ୟ ସବୁ କିଛି ଉତ୍ତମ କରିବାକୁ ଚେଷ୍ଟା କରିଥାଉ । ଏହି ଅସବରରେ ଉତ୍ତର ସ୍ଥଳ ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ରବିନ୍ଦର ସିଂହ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।