ଅପରାଧ

ହାତବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଚଣ୍ଡିଖୋଲ ନିକଟସ୍ଥ ବେନାପୁର ଠାରେ ଏକ ପାଣି ନାଳରେ ହାତ ବନ୍ଧା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଜଗତପୁର ଅଂଚଳର ଭୁବନପୁର ଗ୍ରାମର ବଳରାମ ବାରିକ । ସେ ଦୁଇ ଦିନ ହେବ ନିଖୋଜ ଥିଲେ । ଗତକାଲି ତାଙ୍କ ମୃତ ଦେହ ନାଳରୁ ମିଳିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ବଳରାମସେ ତାଙ୍କ ଟ୍ରକରେ ପ୍ଲାଷ୍ଟିକ ଦାନା ବୋଝେଇ କରି ପାରାଦୀପରୁ କଲିକତା ଅଭିମୁଖେ ଯାଉଥିଲେ କିନ୍ତୁ ଦୁଇ ଦିନ ତଳେ ତାଙ୍କ ଟ୍ରକ ସହ ସେ ନିଖୋଜ ଥିବା ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା । ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ମୃତ ଦେହ ଦେଖିବାକୁ ପାଇଥିଲେ । ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଖବର ପାଇ ସେଠାରୁ ମୃତ ଦେହ ଜବତ କରିବା ସହ , ହତ୍ୟା ଓ ଲୁଟ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖବର ପାଇ ମୃତକଙ୍କ ପିତା ଘଟଣା ସ୍ଥଳରେ ପହଞ୍ଚି ମୃତକ ତାଙ୍କ ପୁଅ ବୋଲି ଚିନ†ଟ କରିଥିଲେ । ଏହି ଘଟଣାରେ ଚୋରି ଟ୍ରକ ସହ ଲୁଟେରାକୁ ଆଠମଲ୍ଲିକ ପୋଲିସି ଗିରଫ କରିଛି ।
ଏଠାରେ ସୂଚନା ଯୋଗ୍ୟ, କିଛିଦିନର ବ୍ୟବଧାନରେ ପୁନର୍ବାର ତିନୋଟି ରାଜପଥର ମିଶ୍ରଣ ସ୍ଥଳ ଚଣ୍ଡିଖୋଲ ଅଂଚଳରେ ଛିନତାଇ ଓ ହତ୍ୟାକାଣ୍ଡ ଆରମ୍ଭ ହୋଇଛି । ଏଥି ପ୍ରତି ପୁଲସି ପ୍ରଶାସନ ନଜର ଦେବାକୁ ଦାବି ହେଉଛି ।

Related posts

ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

mahabharatanews

ଜବତ ହେଲା ୭୫ ଲିଟର ଚୋରା ମଦ

mahabharatanews

କୋଭିଡ ହସ୍ପିଟାଲରୁ ବିଚାରାଧୀନ କଏଦୀ ଫେରାର

mahabharatanews

Leave a Comment