Uncategorized

ତାହିର ହୁସେନଙ୍କ ନାଁରେ ଇଡିର ମାମଲା

(ନୂଆଦିଲ୍ଲୀ): ଆମ ଆଦମୀ ପାର୍ଟିରୁ ନିଲମ୍ବିତ ହୋଇଥିବା ନେତା ତାହିର ହୁସେନଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି । ତେବେ ଗୁଇନ୍ଦା ବିଭାଗର ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ବାମପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ତାଙ୍କ ସମ୍ପର୍କକୁ ନେଇ ଛାନଭିନ୍ କରାଯାଇଥିଲା । ତେବେ ଦିଲ୍ଲୀ ହିଂସା ପଛରେ ପିଏଫଆଇର ସମ୍ପୃକ୍ତି ନେଇ ତା ବିରୁଦ୍ଧରେ ମଧ୍ୟ ଇଡି ଏକ ମାମଲା ରୁଜୁ କରିଛି । ମଙ୍ଗଳବାର ଦିଲ୍ଲୀ ପୋଲିସ ତାହିର ହୁସେନଙ୍କ ଭାଇ ଶାହ ଆଲମଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ଗୁଇନ୍ଦା ବିଭାଗ ଅଧିକାରୀଙ୍କୁ ହତ୍ୟା ଅଭିଯୋଗରେ ତାହିରଙ୍କୁ ଗିରଫ କରି ୭ ଦିନ ପାଇଁ ପୋଲିସ ହେପାଜତକୁ ନିଆଯାଇଥିଲା । ଏହା ପୂର୍ବରୁ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ କାର୍କରଡୁମା କୋର୍ଟ ଅଗ୍ରାହ୍ୟ କରିଥିଲେ । ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଫେବୃଆରୀ ୨୬ରେ ଦିଲ୍ଲୀ ହିିଂସା ବେଳେ ଚାନ୍ଦବାଗର ଏକ ନର୍ଦ୍ଦମାରେ ପଡିଥିବା ବେଳେ ପୋଲିସ ଉଦ୍ଧାର କରିଥିଲା । ଏହାପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତାହିରଙ୍କୁ ଗିରଫ କରାଯାଇଥିଲା । ଦଙ୍ଗା ବେଳେ ତାହିର ଚାନ୍ଦବାଗ ଅଞ୍ଚଳରେ ଲୋକଙ୍କୁ ଏକତ୍ରିତ କରି ପଥର ଓ ପେଟ୍ରୋଲ ବମ୍ ଫିଙ୍ଗି ଉତ୍ତେଜନା ସୃଷ୍ଟି କରିଥିବା ଏହି ଅଭିଯୋଗରେ ଦର୍ଶାଯାଇଥିଲା ।

Related posts

ଜାମ୍ମୁ-କଶ୍ମୀରକୁ ନୂଆ ବର୍ଷ ଭେଟି

mahabharatanews

ତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେ

mahabharatanews

କୋରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ ବାତିଲ

mahabharatanews