ଓଡିଶାପାଣିପାଗ

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଝଡ ବର୍ଷା । ପଶ୍ଚିମଝଡ ପ୍ରଭାବରେ ଲଗାତାର ବର୍ଷା ହେବା ପରେ ଖରା ତାସାଙ୍ଗକୁ ପୁଣି ଗୁଳୁଗୁଳି । ଗତକାଲି ମଧ୍ୟ ଟ୍ୱିନ୍ ସିଟ୍ କଟକ ଓ ଭୁବନେଶ୍ୱର ଦେଖିବାକୁ ମିଳିଥବଲା ଝଡ ସାଙ୍ଗକୁ ମର୍ଷା । କେବଳ କଟକ ଭୁବନେଶ୍ୱର ନୁହେଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ସୋନପୁ ଜିଲ୍ଲାରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ସେହିପରି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଝଡ଼ବର୍ଷା ଦେଖିବାକୁ ମିଳିଥିଲା। ସେହିପରି ଆଜିବି କେତେକ ଜିଲ୍ଲାରେ ବର୍ଷା କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ ଏହି ୪ ଜିଲ୍ଲାରେ ଝଡ଼ପବନ ସହ ବିଜୁଳି, ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ହେବର ମଧ୍ୟ ସମ୍ଭାବନା ରହିଛି ।ତେଣୁ ଏହିସବୁ ଜିଲ୍ଲା ଗୁଡିକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ୟପଟେ ୮ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ତେବେ ବର୍ଷା ହେଲେ ବି ଦିନରେ ପ୍ରବଳ ଖରା ସାଙ୍ଗକୁ ଗୁଳି ଗୁଳି ଅନୁଭବ ହେବାର ସମ୍ଭାବନା ରହିଛି ।

 

Related posts

ଗୋରୁ ବୋଝେଇ ପିକଅପ ଜବତ ଦୁଇ ଅଭିଯୁକ୍ତ ଗିରଫ…

mahabharatanews

୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

mahabharatanews

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତି ପୋଡ଼ି ପାଉଁଶ…

mahabharatanews